ବରୀ,୨୧।୪(ରତ୍ନଗିରି ନ୍ୟୁଜ ) : ଆଚଂଳିକ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ମହାପୁରୁଷ, ସ୍ବାଧୀନତା ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ଶହୀଦ ଓ ସଂଗ୍ରାମୀ ତଥା ସମାଜର ବିକାଶଧାରାରେ ଯେଉଁମାନଙ୍କର ଅବଦାନ ଅତୁଳନୀୟ ସେମାନେ ଦେଶ ଜାତି ତଥା ବିଶ୍ଵରେ ନମସ୍ୟ । ସେମାନଙ୍କ ଅବଦାନକୁ ଉତର ପୀଢିଙ୍କ ନିକଟରେ ପହଁଚାଇବା ଓ ଚିହ୍ନିତ କରିବାପାଇଁ ସେମାନଙ୍କ ପ୍ରତିମୂର୍ତି ସାରା ବିଶ୍ଵରେ ସ୍ଥାପିତ ହୋଇଅଛି। ସେହି ବରପୁତ୍ରମାନଙ୍କ ପ୍ରତିମୂର୍ତି କେତେବେଳେ କେଉଁଠି ଅବହେଳିତ ଅବସ୍ଥାରେ ରହିଯାଇଛନ୍ତି ବା ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବରୁ ମଧ୍ଯ ନଷ୍ଟ ବିନିଷ୍ଟ ହୋଇଯାଉଛନ୍ତି । ଏଗୁଡିକୁ ନଜରରେ ରଖି ବିଶ୍ଵ ପ୍ରତିମୂର୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ଅବସରରେ ବନ୍ଦେ ବରପୁତ୍ରମ୍ ନାମକଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ହାଟସାହି ଶୁକଳ ସ୍ଥିତ ଅକାଣ ପଡିଆରେ ପ୍ରତିଷ୍ଠିତ ଶହୀଦ୍ ମାୟାଧର ଭୂୟାଁ ସ୍ମୃତି ପୀଠରେ ପୂଜ୍ୟପୂଜା ପରିଷଦର ସଭାପତି କର୍ଣ୍ଣଚନ୍ଦ୍ର ଘଡାଇ ଓ ସଂପାଦକ ଡକ୍ଟର ନୃସିଂହ ଚରଣ ବେହେରାଙ୍କ ଆବାହକତ୍ଵରେ ପୂର୍ବାହ୍ନ ୭ ଘଟିକା ସମୟରେ ଶହିଦ୍ଙ୍କ ପ୍ରତିମୂର୍ତି ଓ ପରିସରକୁ ସଫେଇ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ଉପସଭାପତି ଅନିରୁଦ୍ଧ ମଲ୍ଲ, କୋଷାଧ୍ୟକ୍ଷ ମକରଧ୍ଵଜ ସାହୁଙ୍କ ସମେତ ବରୀ ଅଂଚଳର ଚିନ୍ତାମଣି ବେହେରା, ଚୈତନ୍ୟ ଚରଣ ସ୍ୟାନ୍ତୀ, ଗୋପବନ୍ଧୁ ଦାସ, କପିଳ ଚରଣ ସାମଲ, କୁଶଧ୍ୱଜ ସାମଲ, ଦିଲ୍ଲିପ କୁମାର ଦାସ, ନିର୍ମଳ ଚନ୍ଦ୍ର ଜେନା, ମାଧବାନନ୍ଦ ଶାନ୍ତି, ମଦନମୋହନ ସାମଲ, ମନୋଜ କୁମାର ଦାସ, ଅଜୟ କୁମାର ରଥ, କେଶବ ଚନ୍ଦ୍ର ମହାନ୍ତି, କରୁଣାକର ଦାସ, ଶିଶିର କୁମାର ବେହେରା, ପ୍ରଦିପ୍ତ କୁମାର ବେହେରା, ମୁରଲିଧର ବେହେରା ପ୍ରମୁଖ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ।

ପରେ ମହେଶ୍ଵର ମଲ୍ଲ ହାଇସ୍କୁଲ ପରିସରରେ ନିର୍ମିତ ମହେଶ୍ଵର ମଲ୍ଲଙ୍କ ପ୍ରତିମୂର୍ତି ଓ ପଂଚାୟତ ହାଇସ୍କୁଲରେ ନିର୍ମିତ ଭୋଳାନାଥ ସାମଲ ତଥା ପୂର୍ବତନ ବରୀ ବ୍ଲକର ଅଧ୍ୟକ୍ଷ ଗଗନ ବିହାରୀ ଜେନାଙ୍କ ପ୍ରତିମୂର୍ତି ସ୍ଥଳକୁ ପରିଷ୍କାର ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚନ୍ଦନପୁର ଗ୍ରାମରେ ନିର୍ମିତ ଶହୀଦ ସଂଞ୍ଜିବ କୁମାର ଜେନା, ଶହୀଦ ଶିଶିର କୁମାର ସାମଲ ଓ ଜନନେତା ନବ କିଶୋର ସାମଲଙ୍କ ପ୍ରତିମୂର୍ତିରେ ମଧ୍ୟ ସଫେଇ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ବରୀ ପଂଚାୟତ ସମିତି ପରିସରରେ ସ୍ଥାପିତ ଭଗବାନ ବୁଦ୍ଧ ଓ ଉତ୍କଳମଣିଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି ସମସ୍ତଙ୍କ ଗହଣରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରୀର ପ୍ରମୁଖ ବଜାର ବରୀ ମାଉଣ୍ଟ ଠାରେ ପ୍ରତିଷ୍ଠିତ ଭଗବାନ ବୁଦ୍ଧ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାର, ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ, କବି ବାଂଛାନିଧି ଦାଶ ତଥା ୧୯୪୨ ମସିହା ଭାରତଛାଡ ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ବରୀ ମାଟିର ଲଢ଼ୁଆ ପୁଅ ଶହୀଦ ସାଉଂଟି, ସାନନ୍ଦ, ହାଡିବନ୍ଧୁ, ମାୟାଧରଙ୍କ ପ୍ରତିମୂର୍ତିରେ ତହସିଲଦାର ଦିପ୍ତିମୟୀ ବେହେରା, ଓକିଲ ସଂଗଠନର ସଭାପତି ରାଜକିଶୋର ସାମଲ, ବିରଜା ପ୍ରସାଦପରିଡା, ସୁଲଭ ବେଉରିଆ, ତପନ କୁମାର ଜେନା, ଉପେନ୍ଦ୍ର ଜେନା, ପ୍ରଗତି କ୍ଲବର ସଂପାଦକ ନଟବର ବେହେରା, ମାନସ ରଂଜନ ଜେନା, ବିବେକ ନାଥ, ରବିନ୍ଦ୍ର କୁମାର ପତି, ପ୍ରମୋଦ କୁମାର ଦାସ ପ୍ରମୁଖ ସଫେଇ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଶେଷରେ ଅଲିଆବାଦସ୍ଥ ବିଶିଷ୍ଟ ସ୍ୱାଧିନତାସଂଗ୍ରାମୀ ମଧୁସୂଦନ ଦାସ ଓ ଶିକ୍ଷକ ଗୌରବ ଲୋକନାଥ ଦାସଙ୍କ ପ୍ରତିମୁର୍ତି ସ୍ଥଳରେ ପରିଷଦର କର୍ମକର୍ତାମାନେ ଉପସ୍ଥିତ ରହି ସଫେଇ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।



