ବାଲିଗୁଡା : ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ

ବାଲିଗୁଡା, (ରତ୍ନଗିରି ନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟା, ଏହି ଦିନଟି ଓଡ଼ିଆ ଜାତି ପାଇଁ ଏକ ଶୁଭ ଦିନ ହୋଇଥିବା ବେଳେ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ରଥଯାତ୍ରା ନିମନ୍ତେ ଆଜିର ଦିନରେ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ତିନି ଠାକୁରଙ୍କ ତିନି ରଥ ନିମନ୍ତେ ନୂତନ କାଠ ପୂଜା କରାଯାଇ ରଥ କାର୍ଯ୍ୟ ଅନୁକୂଳ କରାଯାଇଛି। ମନ୍ଦିର ପରିସରରେ ତିନି ରଥ କାଠ ରଖାଯାଇ ତିନି ଠାକୁରଙ୍କ ଠାରୁ ଆଦେଶ ମାଳ ଆଣି ପୁଜା ପାଠ କରାଯାଇ ବିଶ୍ବକର୍ମାଙ୍କୁ ରଥ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରଷ୍ଟି ପକ୍ଷରୁ ମଧୁସୂଦନ ଦାସ, ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ସମସ୍ତ ପୂଜାପାଠ କରିଥିବା ବେଳେ ବିଶ୍ଵକର୍ମା ରାଜେନ୍ଦ୍ର ମହାରଣା ଉପସ୍ଥିତ ରହି ପୂଜା ପାଠ କରି ରଥ କାଠ ଅନୁକୂଳ କରିଥିଲେ। ପୂଜକ ବାବୁଲା ପାଣି ଙ୍କ ସହ ଅନ୍ୟ ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *