ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା

ବରୀ (ରତ୍ନଗିରି ନ୍ୟୁଜ) ବରୀ ନିର୍ବାଚନମଣ୍ଡଳୀ ଯାଜପୁର ବ୍ଳକ ଛତିଶଦେବିଲ ପଞ୍ଚାୟତର ଦେବିଲ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ବୈଦ୍ୟନାଥ ବିଶ୍ୱାଳଙ୍କ ନାତୁଣୀ ତଥା ଅଧ୍ୟାପକ ସୁକାନ୍ତ ବିଶ୍ୱାଳ କନ୍ୟା ଯାଜପୁର ଭେଙ୍କେଟେଶ୍ୱର ଇଂରାଜୀ(ସନ ପ୍ଳବିକ )ସ୍କୁଲ ଛାତ୍ରୀ ସୁଶ୍ରୀ ଅନୁଷ୍କା ବିଶ୍ୱାଳ ସିବିଏସଇ ଦଶମ ପରୀକ୍ଷା ରେ ୯୬. ୪% ମାର୍କ ରଖି ବିଦ୍ୟାଳୟରେ ଟପର ହୋଇଛନ୍ତି। ସହୀଦ ଶ୍ରୁତି ବିଶ୍ୱାଳ ସ୍ମୃତି ପରିଷଦ ପକ୍ଷରୁ ପରିଷଦର ସଭାପତି କାମଦେବ ବିଶ୍ୱାଳ, ସଦସ୍ୟ ବିଜୟ କୁମାର ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ପୁର୍ଣ୍ଣେନ୍ଦୁ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ବିମଳ ମହାପାତ୍ର, ସୂର୍ଯ୍ୟମଣି ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ମଧୂସୁଦନ ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ, ଦିଲ୍ଲୀପ ବିଶ୍ୱାଳ, ନୀଳମଣି ବିଶ୍ୱାଳ, ବିଶ୍ୱଭୂଷଣ ଜେନା ପ୍ରମୁଖ ଅନୁଷ୍କାଙ୍କ ବାସଭବନ ରେ ପହଁଚି ତାଙ୍କ କୃତତ୍ୱ ଲାଗି ସ୍ମୃତି ପରିଷଦ ପକ୍ଷରୁ ଉପଢ଼ୋକନ, ପୁଷ୍ପଗୁଚ୍ଛ, ବହି, କଲମ ସହିତ ମିଠା ଖୁଆଇ ସମ୍ବର୍ଦ୍ଧନା କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *