ବୋଦୁଅ ପଞ୍ଚାୟତର ପାଳସାହିରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର

ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ଜଗନ୍ନାଥ ଠାକୁରଙ୍କ ମନ୍ଦିର ପରିସରରେ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପାଳସାହି ଶାନ୍ତିକମିଟିର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେlଇ ଯାଇଛି l ଏହି ଶିବିରକୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସବ୍ୟସାଚି ଦାସ ଉଦଘାଟନ କରିଥିଲେ l ପାଳସାହି ଏକ ଦୀପାଞ୍ଚଳ ହେlଇଥିବା ରୁ ଜନ ସାଧାରଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିବା ବେଳେ ଏଥିଲାଗି ପାଳସାହି ଶାନ୍ତି କମିଟି ପକ୍ଷରୁ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗ ରେ ଏକ ଦିବସୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା l ଏଥିରେ ଡାକ୍ତର ଶଶୀକାନ୍ତ ସାହୁ, ଡାକ୍ତର କୈଳାଶ ଚନ୍ଦ୍ର ପତି, ଡାକ୍ତର ଅଶ୍ୱିନୀ ରଣା, ପିଏଚଓ ପ୍ରଫୁଲ କୁମାର ନାୟକ, ଫର୍ମାସିଷ୍ଠ ପ୍ରଶ୍ନଜିତ କର, ମହିଳା ସ୍ୱାସ୍ଥ୍ୟକର୍ମୀ ମେନକା ମହାରଣା, ସିଏଚଓ ଗୀତଜୟୀ ପ୍ରସାଦ ମଲ୍ଲିକ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ବନ୍ଦିତା ସେନାପତି, ପରୀକ୍ଷାଗାର କର୍ମୀଚାରୀ ବିଦୁଲତା ମଲ୍ଲିକ, ସ୍ୱର୍ଣମୟୀ ସାମଲ,ଅନୁସୟା ପଣ୍ଡା,ମହିଳା ସ୍ୱାସ୍ଥ୍ୟ କର୍ମୀ ମୋନାଲି ମହାପାତ୍ର, ସ୍ୱାସ୍ଥ୍ୟକର୍ମୀ ମାଳତୀ ରାୟ, ଆଶାକର୍ମୀ ଯମୁନା ସାହୁ, ଇନ୍ଦୁମତୀ ପ୍ରଧାନ, ଅନୁସୟା ରାଉତ, ଦମୟନ୍ତୀ କୁଣ୍ଡୁ ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣlରେ ଓଷଧ ବଣ୍ଟନ କରିଥିଲେ l ଏହି ଶିବିରକୁ ରାମଚନ୍ଦ୍ର ଜେନା, ଦେବି ପ୍ରଶ୍ନନ ଜେନା, ସୁଶାନ୍ତ ଜେନା, ଶରତ ଚନ୍ଦ୍ର ତ୍ରିପାଠୀ, ବିଜୟ କୁମାର ଜେନା, ଆର୍ତ୍ତବନ୍ଧୁ ଜେନା, ସତ୍ୟବ୍ରତ ଜେନା, ଅତୀଶ କୁମାର ଜେନା,ଗ୍ୟାନ ରଞ୍ଜନ ଜେନା, ଅଶୋକ ଜେନା, ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, ମନୋଜ କୁମାର ସାହୁ, ରଞ୍ଜନ କୁମାର ପଲାଇ, ଅର୍ଚନା ନାୟକ, ତରୁଲତା ଜେନା,ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *