ବରୀରେ ବିଜୁବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

ବରୀ,(ରତ୍ନଗିରି ନ୍ୟୁଜ ) : ବରୀ ବ୍ଲକ ବିଜେଡି ପକ୍ଷରୁ ପ୍ରସିଦ୍ଧ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମୀପୁତ୍ର ବିଜୁ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକଙ୍କ ପିତା ଶିଶିର କୁମାର ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଓଡ଼ିଶାର ବିକାଶରେ ବିଜୁ ବାବୁଙ୍କର ଭୂମିକା ସର୍ବଶ୍ରେଷ୍ଠ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ମହିଳାମାନଙ୍କୁ ଏକାଧିକ କ୍ଷମତା ପ୍ରଦାନ ସହ ୧୩ରୁ ୩୦ଜିଲ୍ଲା, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା, ପାରଦୀପ ବନ୍ଦର ପ୍ରତିଷ୍ଠା, ଶିଳ୍ପାୟନ କ୍ଷେତ୍ରରେ ବିକାଶ ସାଙ୍ଗକୁ ବହୁବିଧ ଉନ୍ନୟନ କାର୍ଯ୍ୟ କରି ଓଡ଼ିଶାର ପୁରପଲ୍ଲୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ସେହି ପରିଚୟକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ଦୀର୍ଘ 24 ବର୍ଷ ଧରି ରାଜ୍ୟ ଶାସନ ଚଳାଇବା ସହ ମହିଳାମାନଙ୍କ ନିମନ୍ତେ ନିର୍ବାଚନରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସମଗ୍ର ଦେଶରେ ରାଜନୈତିକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିଥିଲେ ବୋଲି ଅତିଥିମାନେ ଅଭିଭାଷଣରେ କହିଥିଲେ। ଆରମ୍ଭରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲଙ୍କ ଦ୍ଵାରା ବ୍ରାହ୍ମଣୀ ନଦୀରେ ସ୍ୱର୍ଗୀୟ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବିଜେଡି ଜିଲ୍ଲା ଉପ ସଭାପତି ବିଜୟ କିଶୋର ସାହାଣୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ସରପଞ୍ଚ କୁନା ମଲିକ, ସଞ୍ଜୟ ସେଠି, ସମିତି ସଭ୍ୟ ଚିନ୍ତାମଣି ଜେନା, ଶ୍ରୀଧର ସେଠି, ପୁର୍ବତନ ସରପଞ୍ଚ ହରିହର ପଣ୍ଡା, ପ୍ରସନ୍ନ ସାମଲ, ଯୁବନେତା ବୁଲୁ ଯାଦବଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ରହି ତିଳ ତର୍ପଣ କରିବା ସହିତ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *