ବାଲିବିଲ ଶ୍ରୀ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଓ ଗୃହ ପ୍ରବେଶ

ବରୀ,୨୧।୪(ରତ୍ନଗିରି ନ୍ୟୁଜ) : ଷୋମବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂଗଠନର ବାଲିବିଲ ଶାଖା ପକ୍ଷରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଗୃହ ପ୍ରବେଶ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ମନ୍ଦିର ପରିସରରେ ପହଞ୍ଚି ପୂଜା ଅର୍ଜନା କରି ଆଶୀବାଦ ଭିକ୍ଷା କରିଥଲେ। ସ୍ଥାନିୟ ଅଞ୍ଚଳର ୮ ଗୋଟି କୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ପରିବେଷଣ ଭକ୍ତିମୟ ପରିବେଶ ସୃଷ୍ଠି କରିଥିଲା।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ନୂତନ ଭାବେ ନିର୍ମିତ ଗୃହକୁ ନିଆଯାଇ ସେଠାରେ ହୋମ ଯଜ୍ଞ ଓ ପୂଜର୍ଚ୍ଚନା ପରେ ପ୍ରତିଷ୍ଠା ଉତ୍ସବ ବିଧିବିଧାନ ଅନୁଯାୟୀ ହୋଇଯାଇଥିଲା। ଶ୍ରୀଜୀଉଙ୍କ ଦର୍ଶନ ଲାଭପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଶ୍ରୀଜୀଉଙ୍କ କୃପା ଲାଭ କରିବାର ଏକ ବିରଳ ମୁହୂର୍ତ୍ତ ଦର୍ଶନ କରିଥିଲେ। କମିଟି ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ମନ୍ଦିର କେବଳ ଏକ ଉପାସନା ସ୍ଥଳ ନୁହେଁ, ବରଂ ଏହା ବାଲିବିଲ ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ଏକ କେନ୍ଦ୍ରବିନ୍ଦୁ ପାଲଟିବ। ପରିଷଦର ସମସ୍ତ ସଦସ୍ୟ ଏବଂ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତି ଓ ସହଯୋଗ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମୁଖ୍ୟ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସଂନ୍ଧ୍ୟାରେ କୁନି ପ୍ରବଚକ ଦୂତ୍ତି କୃଷ୍ଣ କେଶବ ଦାଶଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *