ସଞ୍ଜିବସେନା ଓ ଲାଇଫ କ୍ଳବର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବରୀ,୧୪।୧୦(ରତ୍ନଗିରି ନ୍ୟୁଜ ) : ସମାଜସେବା ପାଇଁ ବେଶ୍ ପରିଚିତ ଥିବା ସଞ୍ଜିବ ସେନା, ଧାରପୁର ପକ୍ଷରୁ ଏହାର ଆବାହକ ତଥା ଯୁବ ସମାଜସେବୀ ସଞ୍ଜିବ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଞ୍ଜିବ ସେନା ଓ ଲାଇଫ୍ କ୍ଲବ, ଧାରପୁରର ମିଳିତ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ନାଥପୁର କେନ୍ଦୁଆସ୍ଥିତ ଓଁଙ୍କାର ମଣ୍ଡପ ନିକଟରେ କରାଯାଇଥିଲା। ଶ୍ରୀ ଜେନାଙ୍କ ସହିତ ଶତାଧିକ ବୃକ୍ଷପ୍ରେମୀ ବରିଷ୍ଠ ନାଗରିକ, ଯୁବକ ଓ ମହିଳାମାନେ ଏକତ୍ରିତ ହୋଇ କେନ୍ଦୁଆଠାରୁ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିବା ସହ ବୃକ୍ଷରୋପଣ ନେଇ ସଚେତନତା ସୃଷ୍ଟି କରିଥିଲେ ।

ପରେ ଲାଇଫ୍ କ୍ଲବ ନିକଟରେ ଥିବା ପୁଷ୍କରିଣୀର ଚର୍ତୁଃପାଶ୍ୱର୍ରେ ବହୁ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା । ଉପସ୍ଥିତ ଥିବା ବରିଷ୍ଠନାଗରିକମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସେମାନଙ୍କ ଦ୍ୱାରା ବୃକ୍ଷରୋପଣ ଭଳି ମହତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିରାମ ଦାସ, ଲାଇଫ କ୍ଳବ୍ ସଭାପତି ତୁଷାରକାନ୍ତ ଶ୍ୟାନ୍ତି, ଗିିରିନ୍ଦ୍ର ପତି, କମଳାକାନ୍ତ ଶ୍ୟାନ୍ତି, କରୁଣାକର ମହଲ, ଶୁଭେନ୍ଦୁ ଭୂୟାଁ, ମାନସ ଜେନା, ଶାଗର ଭୁୟାଁ ଲଙ୍କ ସମେତ ବହୁ ସହଯୋଗୀ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ସଞ୍ଜିବ ସେନାର ଆବାହକ ଶ୍ରୀ ଜେନା ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷା ନେଇ ସଚେନତା କରିବା ସହ ବୃକ୍ଷରୋପଣ କରି ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *