ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ଗୋସେବା ଶିବିର

ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତର ଯଜ୍ଞପଡିଆ ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଅବସର ରେ ଆଜି ସକାଳୁ ଏକ ଗୋଚିକିତ୍ସା ଶିବିର ଅନୁଷ୍ଠିତ ହେlଇଥିଲା l ଏଥିରେ ବରୀ ଗୋଷ୍ଠୀପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମିଳିତ ସହଯୋଗ ରେ ବ୍ଳକ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଭକ୍ତ ଚରଣ ସେଠି, ଅତିରିକ୍ତପ୍ରାଣୀଚିକିତ୍ସା ଅଧିକାରିଣୀ ଡାକ୍ତର ସଂଗୀତା ପ୍ରଧାନ, ପ୍ରାଣୀଧନ ନିରୀକ୍ଷକ ନିର୍ମଳ ପଣ୍ଡା, ସୁବ୍ରତ କୁମାର ରାଉତ, ମୈତ୍ରୀ ଅମୁଲ୍ୟ କୁମାର ଜେନା, ଅନନ୍ତ କିଶୋର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଗୋରୁ ଗାଈ ମାନଙ୍କୁ ଚିକିତ୍ସା କରିଥଲେ l ଅନ୍ୟ ମାନଙ୍କ ମଧ୍ୟ୍ୟରେ ବିଞ୍ଝାରପୁର ଗୋପ୍ରଜାତି ପ୍ରୋତ୍ସାହନ ଗୋ ଉତ୍ପାଦକ ସମିତି ର ସମ୍ପାଦକ ସୁକାନ୍ତ କୁମାର ବିଶ୍ୱାଳ, ସମାଜସେବୀ ବିଶ୍ୱନାଥ ତ୍ରିପାଠୀ, ବରିଷ୍ଠ ସlମ୍ବାଦିକ ପ୍ରଭାତ କୁମାର ମହାନ୍ତି, ଅଧ୍ୟାପକ ଗ୍ୟାନ ରଞ୍ଜନ ଧଳ, ଶିକ୍ଷାବିତ ବlନେଶ୍ଵର ତ୍ରିପାଠୀ, ଗୋସେବକ ବିବେକ ନାଥ ପ୍ରମୁଖ ଅଂଶ ଗ୍ରହଣ କରି ଗୋ ପାଳନ ସମ୍ପର୍କ ରେ ଏକ ଆଲୋଚନା ଚକ୍ରରେ ଗୋ ଚିକିତ୍ସା ସମ୍ପର୍କ ରେ ଲୋକମାନଙ୍କୁ ସଚେତନ କରାଇଥିଲେ lଆଖପାଖ ଅଞ୍ଚଳର ଗୋମାତା ଙ୍କ ଚିକିତ୍ସା ସହିତ ଗୋଖାଦ୍ୟ ପ୍ରଦାନ କରାଯାଇଥିଲା

ଏହି ଅବସର ରେ ଗୋସେବକ ଓ ଗୋପାଳନ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ ବିଜୟ କୁମାର ଜେନା, ଆର୍ତ୍ତବନ୍ଧୁ ଜେନା, ରମାକାନ୍ତ ଜେନା, ବିଶ୍ୱଭୂଷଣ ଜେନା, ଦୀପ୍ତି ରଞ୍ଜନ ଧଳ, ଦେବୀ ପ୍ରଶ୍ନନ ଜେନା, ରତ୍ନାକର ପଲାଇ, ତାପସ କୁମାର ଜେନା, ଅତୀଶ କୁମାର ଜେନା, କାଶୀନାଥ ପଲାଇ, ଶରତ ଚନ୍ଦ୍ର ତ୍ରିପାଠୀ,ଦର୍ପ ନାରାୟଣ ଧଳ, ମନୋଜ ସାହୁ, ଜଗବନ୍ଧୁ ପରମାଣିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *