ସିପାହୀ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର କ୍ରାନ୍ତିବୀର ରାମକୃଷ୍ଣ ସାମନ୍ତ ସିଂହାରଙ୍କ ୨୩୪ତମ ଜୟନ୍ତୀ

ବରୀ(ରତ୍ନଗିରି ନ୍ୟୁଜ) – ଭାରତୀୟ ସଶସ୍ତ୍ର ମୁକ୍ତି ସଂଗ୍ରାମର ଅନନ୍ୟ ସାରଥି ବିପ୍ପବୀ ବୀର ରାମକୃଷ୍ଣ ସାମନ୍ତ ସିଂହାରଙ୍କ ୨୩୪ ତମ ଜୟନ୍ତୀ ଉତ୍ସବ ଜନ୍ମପୀଠ ଅଭିମନ୍ୟୁ ବାଲିଆ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଗତବର୍ଷ ପବିତ୍ର ଅକ୍ଷୟତୃତୀୟା ତିଥିରେ କ୍ରାନ୍ତୀବୀର ରାମକୃଷ୍ଣଙ୍କର ପୂର୍ଣ୍ଣ ଅଦୟବଯୁକ୍ତ ପ୍ରତିମୂର୍ତ୍ତୀ ଓଡିଶାର ମାନ୍ୟବର ସଂସୃତିମନ୍ତ୍ରୀ ସୂରଜ ସୂ୍‌ର୍୍ୟବଂଶୀଙ୍କ କରକମଳରେ ବିପ୍ଳବୀ ରାମକୃଷ୍ଣ ସାମନ୍ତ ସିଂହାର ସ୍ମୃତି ସଂସଦ ଦ୍ୱାରା ଉନ୍ମୋଚିତ ହୋଇଯାଇଥିଲା । ଚଳିତ ବର୍ଷ ବିଦଗ୍ଧ କବି ସେବକ ତଥା ଅଭିମନ୍ୟୁ ସାହିତ୍ୟ ଗବେଷକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ସମାବେଶରେ ମୁଖ୍ୟ ଅତିଥି ରୂପେ ରାମାଦେବୀ ମହିଳା ମହାବିଦ୍ୟାଳୟ , ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଗୋପାଳକୃଷ୍ଣ ଆଚାର୍ଯ୍ୟ ଯୋଗଦାନ କରି ସ୍ୱଧିନତା ସଂଗ୍ରାମକୁ ରାମକୃଷ୍ଣ ସାମନ୍ତ ସିଂହାରଙ୍କ ଅବଦାନ ବିଷୟରେ ବିଷଦ ବାଖ୍ୟା କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା ପ୍ରବଚକ ବଜ୍ର ମୋହନ ମହାନ୍ତି କହିଲେ ଯେ କ୍ରାନ୍ତିବୀର ରାମକୃଷ୍ଣ ବିଦଗ୍ଧ କବିଙ୍କ ସୁପୁତ୍ର । କ୍ରାନ୍ତି ହିଁ ସାମନ୍ତ ସିଂହାର ପରମ୍ପରାର ନିଦ୍ଦର୍ଶନ ।

ସାହିତ୍ୟ କୁହନ୍ତୁ କିମ୍ବା ସଂଗ୍ରାମ ସବୁକ୍ଷେତ୍ରରେ ଏହି ପରିବାରର ଉତ୍କଳ ପ୍ରତି ଯେଉଁ ଅବଦାନ ତାହା ଅବିସ୍ମରଣୀୟ । ସମ୍ମାନୀତ ବକ୍ତା ଭାବେ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରବିନ୍ଦ୍ର କୁମାର ଦାସ ଯୋଗଦାନ କରି ରୀତି ସାହିତ୍ୟର ଧାରା ମଧ୍ୟରୁ ସଂଗ୍ରାମ ଇତିହାସ ଯାଏ ଜଣେ ଜଣକୁ ବଳିଲା ପରି ବାପ୍ ସେ ପୁଅ ଜ୍ୟାଦା ନ୍ୟାୟରେ ରାମକୃଷ୍ଣ ଆଜି ସାରା ଦେଶରେ ଯେତିକି ପ୍ରଚାର ପ୍ରସାର ହେବାକଥା ତାହା ପ୍ରସାସନିକ ଉଦାସିନତା ହେଉ କିମ୍ବା ଆମ୍ଭର ଦାୟିତ୍ୱ ବୋଧ କମ୍ ହେବାର କାରଣରୁ ହେଉ ତାହା ହୋଇ ପାରିନାହିଁ । ଏହା ଆମ୍ଭର ଦୁଃର୍ଭାଗ୍ୟ । ବିଶିଷ୍ଟ ଶିକ୍ଷାବିତ୍ ବାଗ୍ମୀ ନାରାୟଣ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ରାମକୃଷ୍ଣଙ୍କୁ ଆଜିର ଛାତ୍ର ଛାତ୍ରୀ ମାନେ ବହୁତ ପଢିବାର ଆବଶ୍ୟକ ଅଛି ।

ଇତିହାସ ପୃଷ୍ଠା ଯଦି ରାମକୃଷ୍ଣଙ୍କୁ ସ୍ଥାନ ନଦିଏ ତେବେ ପୂଜ୍ୟପୂଜାର ବ୍ୟତିକ୍ରମ ଘଟିଛି ବୋଲି ଆମ୍ଭଙ୍କୁ ଭାବିବାକୁ ହେବ ବୋଲି ପ୍ରକାଶ କରିଥିଲେ । ରାମକୃଷ୍ଣ ସାମନ୍ତ ସିଂହାରଙ୍କ ବଂଶଜ ଶିକ୍ଷାବିତ ମନ୍ମଥ ରାୟ ପ୍ରାରମ୍ଭିକ ଅଭିଭାଷଣରେ କ୍ରାନ୍ତିବୀରଙ୍କ ଜୀବନ ଦର୍ଶନ ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠାନର ସଂପାଦକ ବସନ୍ତ କୁମାର ଜେନା ନିଜର ସଂପାଦକୀୟ ପାଠ କରିବା ସହିତ ପୂଜ୍ୟ ପୂଜା ନିମନ୍ତେ ପରବର୍ତ୍ତୀ ପିଢିର ଆବଶ୍ୟକତା ବିଶେଷ କରି ଯୁବବର୍ଗଙ୍କୁ ସାମିଲ୍ ହେବାକୁ ଆହ୍ୱାନ କରିବା ସହିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ଗୋପବନ୍ଧୁ ଦାସ, କର୍ଣ୍ଣ ଚନ୍ଦ୍ର ଘଡାଇ, କପିଳ ଚରଣ ସାମଲ, ନଟବର ଜେନା, ଗଗନ ବିହାରୀ ଜେନା , ହରିଶ୍ଚନ୍ଦ୍ର ଦାସ, ବିରଂଚି ନାରାୟଣ ମିଶ୍ର,ଡ.ଅଜୟ କୁମାର ଜେନା,ବଳରାମ ପଣ୍ଡା, ମହେନ୍ଦ୍ର କୁମାର ଜେନା, ଚୈତନ୍ୟ ଚରଣ ଜେନା, ସନ୍ତୋଷ କୁମାର ରାଉତ, ପ୍ରସାନ୍ତ କୁମାର କବି, ବିଭୁତି ଭୂଷଣ ଜେନା , ଲୋକନାଥ ରାୟ, ବିଭୂତି ଭୂଷଣ ରାୟ ,କାଶିନାଥ ରାୟ, ରବିନ୍ଦ୍ର ନାଥ ମିଶ୍ର , ନିହାର ଜେନା, ମକର ଚରଣ ଘଡାଇ,ପ୍ରଭାକର ଜେନା, ତପନ କୁମାର ଜେନା , ସୁକାନ୍ତ କୁମାର ଜେନା , ଶୁଭ୍ରାଶୁ ଶେଖର ସ୍ୱାଇଁ , ଗୋବିନ୍ଦ ଚନ୍ଦ୍ର ସିଂ ଦେଓ ଆଦିଙ୍କ ଅବଦାନ ଓ ସହଯୋଗକୁ ସଭାରେ ସ୍ମରଣ କରି ରାମକୃଷ୍ଣ ଆଜି ଜାତୀୟ ସ୍ୱଧୀନତା ସଂଗ୍ରାମୀ ମାନ୍ୟତା ପାଇବା ପଛରେ ଏମାନଙ୍କ ଅବଦାନକୁ ବର୍ଣ୍ଣନା କରିଥିଲେ ।

ବିଶେଷ କରି ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ଉଚ୍ଚସ୍ତରରେ ଲଢେଇ ବିଷୟରେ ବର୍ଣ୍ଣନା କରି ତାଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ସାମନ୍ତ ସିଂହାର ଓ କ୍ରାନ୍ତିବୀର ରାମକୃଷ୍ଣଙ୍କ ଜନ୍ମ ପୀଠକୁ ଅବଧି ଐତିହ୍ୟ ଗ୍ରାମର ମାନ୍ୟତା ନମିଳିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସଭାପତି ଶରତ କୁମାର ଜେନା ପ୍ରକାଶ କରିଥିଲେ । ଜୟନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ କଟକର ଦେବଦାସୀ ଭଜନ ପ୍ରତିଷ୍ଠାନ ଦ୍ୱାରା ଭଜନ ସମାରୋହ ରବିନ୍ଦ୍ରକୁମାର ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *