ନାଥପୁର ପାଲା ମହୋତ୍ସବ ଉଦ୍‌ଯାପିତ

ବରୀ (ରତ୍ନଗିରି ନ୍ୟୁଜ) :- ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ନାଥପୁରଠାରେ ଅନୁଷ୍ଠିତ ସତ୍ୟନାରାୟଣ ପାଲା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶେଷ ହୋଇଛି । ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଗାୟକ ପୁଷ୍ପ ରବିନ୍ଦ୍ର କୁମାର ଜେନା ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ମଙ୍ଗଳବାର ସଂଧ୍ୟାରେ ଆଞ୍ଚଳିକ ପ୍ରତିଭାମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମକଣ ଚରଣ ଘଡାଇ ଓ ଯୁବ କଳାକାର ବସନ୍ତ ଭୂୟାଁ ବିଚାରକ ଭାବେ ଯୋଗ ଦେଇଥିଲାବେଳେ ଡଃ ଅଜୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁୁମାର ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗୀତାରେ ମୁଖ୍ୟ ଅତିଥିଭାବେ ଧାରପୁର ପଞ୍ଚାୟତର ସରପଞ୍ଚ କୁନା ମଲ୍ଲିକ ଯୋଗଦେଇ ବିଜୟୀ ପ୍ରିତଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀ ମହେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଗତୀ କ୍ଲବ୍‌, ନାଥପୁରର ସଦସ୍ୟ ଅନାଦି ଚରଣ ଜେନା, ହିମାଂଶୁ ଶେଖର ଜେନା, ସତ୍ୟଜିତ୍ ଜେନା, ସନ୍ତୋଷ କୁମାର ରାଉତ, ସିଦ୍ଧାନ୍ତ କୁମାର ଜେନା, ବିଶ୍ୱଜିତ୍ ଜେନା, ସତ୍ୟବ୍ରତ ଜେନା, ଶୁଭ୍ରାଂଶୁ ଶେଖର ଜେନା, ସତ୍ୟରଂଜନ ଜେନା, ତୁଷାର ଜେନା, ଓମ୍ ପ୍ରକାଶ ଜେନା, ହିମାଂଶୁ ଶେଖର ଜେନା, ଅରଜିତ୍ ଜେନା, ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *