ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେଉଁ ସବୁ ସାମଗ୍ରୀ ହେଲା ଶସ୍ତା ଆଉ କେଉଁ କେଉଁ ସାମଗ୍ରୀ ହେଲା ମହଙ୍ଗା ଆସନ୍ତୁ ଜାଣିବା l
କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ, ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା, ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ, ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ଇତ୍ୟାଦି ଶସ୍ତା ହୋଇଥିବା ବେଳେ ମଦ, ଖଣିଜ ପଦାର୍ଥ, ବିଦେଶୀ କାର, ତମାଖୁ, ଦାମୀ କାର, ବିଦେଶୀ ସାମଗ୍ରୀ, ପ୍ରିମିୟମ ଜୋତା, ଡିଜାଇନ୍ ପୋଷାକ ଇତ୍ୟାଦି ମହଙ୍ଗା ହୋଇଛି l
ଆସନ୍ତୁ ଅର୍ଥମନ୍ତ୍ରୀଙ୍କ ଘୋଷଣା ଉପରେ ନଜର ପକେଇବା l ଅର୍ଥମନ୍ତ୍ରୀ ଙ୍କ ଘୋଷଣା ଅନୁଯାଇ ବିରଳ ଖଣିଜ କରିଡ଼ର ନେଇ ବଜେଟ୍ରେ ଘୋଷଣା । କେରଳ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁରେ ବିରଳ ଖଣିଜ କରିଡ଼ର ହେବ। ସେମିକଣ୍ଡକ୍ଟର ଟୁ ପଏଣ୍ଟ ଜିରୋ ରେ ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ ଦିଆଯିବ।

ସେହିପରି କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯିବ। ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ। ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ।
ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ।

ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ ନିର୍ମାଣ ହେବ ବୋଲି ଅର୍ଥ ମନ୍ତ୍ରୀ ବଜେଟ ରେ ଘୋଷଣା କରିଛନ୍ତି l
୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ଙ୍କୁ ଦିଆଯିବ ଟ୍ରେନିଂ।
ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ୍ ଲାଗୁ ହେବ। ଆଗାମୀ ୫ ବର୍ଷରେ ଏଥି ପାଇଁ ୨୦ ହଜାର କୋଟି ବ୍ୟୟ ହେବ।
୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ ସହ ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ ଙ୍କୁ ଦିଆଯିବ l




