ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଧାରପୁର ପଞ୍ଚାୟତର ନାଥପୁର ଠାରେ ସତ୍ୟନାରାୟଣ ପାଲାର ଏକବିଂଶ ତମ ପାଲା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଦୀର୍ଘ ୨୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ପାଲା ଅନୁଷ୍ଠାରେ ଚଳିତ ବର୍ଷ ଗାୟକ ରବୀନ୍ଦ୍ର କୁମାର ଜେନା ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଉଛି l ପାରମ୍ପରିକ ଲୋକକଳା ପାଲା ମାଧ୍ୟରେ ଗାୟକ ଶ୍ରୀ ଜେନା ବିଭିନ୍ନ ଶାସ୍ତ୍ର, ପୁରାଣ, ସାହିତ୍ୟ ଆଲୋଚନା କରି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ପାଲା ଅନୁଷ୍ଠାନ ର ସଭାପତି ବ୍ରଜ ମୋହନ ସାମଲ, ଧର୍ମପଦ ଜେନା, ବଳରାମ ପାତ୍ର, ଧୀରେନ୍ଦ୍ର କୁମାର ଜେନା, ରାମଚନ୍ଦ୍ର ଯତି ଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ l



