କେନ୍ଦ୍ରାପଡା (ରତ୍ନଗିରି ନ୍ୟୁଜ): ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନିରପେକ୍ଷ ସହ ସମ୍ବାଦ ଲେଖନୀ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସନୀୟ ମଧ୍ୟ ହୋଇପାରିଛନ୍ତି । ସାମ୍ବାଦିକ ବାଭେ ନିଜର କର୍ତ୍ତବ୍ୟ ପାଳନ କରୁଥିବାରୁ ଆଜି ତାଙ୍କୁ ସମ୍ମାନୀତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଯୁବ ସାମ୍ବାଦିକ ତଥା ଦୈନିକ “ସଂଚାର” ର କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ମୁକ୍ତେଶ୍ଵର ସ୍ବାଇଁ ଦୀର୍ଘଦିନ ଧରି କଲମ ମୁନରେ ଅନେକ ଅସହାୟ ଗରିବ ଲୋକଙ୍କ ସାହାରା ପାଲଟିଛନ୍ତି । ଏହି କର୍ତ୍ତବ୍ୟରତ ଯୁବ ସାମ୍ବାଦିକ ଙ୍କୁ ଆଜି ଗରଦପୁର ବ୍ଲକ ଅନ୍ତର୍ଗତ ଚାଉଳିଆ ବାମେରା ଠାରେ ଶାସ୍ତ୍ରୀଜୀ ଯୁବ ସଂଗଠନ ପକ୍ଷରୁ “ସାମ୍ବାଦିକ ନିରପେକ୍ଷ ସମ୍ବାଦଦାତା” ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୂଚନା ଅଧିକାର ରାଜ୍ୟ ଆବାହକ ପ୍ରଦୀପ ଦାସ, ନବ ନିର୍ମାଣ କୃଷକ ସଂଗଠନ ନେତା ଶେଷଦେବ ନନ୍ଦ,ରାଜ୍ୟ ସଚେତନ ନାଗରିକ ମହାମଞ୍ଚ ଆବାହକ ବୃନ୍ଦାବନ ଦାସ,କେନ୍ଦ୍ରାପଡା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ହିମାଂଶୁ ନାୟକ ପ୍ରମୁଖ ଉପସ୍ଥିତ ରହି ମାନପତ୍ର ପ୍ରଦାନ କରିଥିଲେ।



