ବରୀ(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ଉଦୟଶ୍ରୀ ସାଂସ୍କୃତିକ ପରିଷଦ’ ପକ୍ଷରୁ କବିତାପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗୋଳକୁଣ୍ଡସ୍ଥ ସିଙ୍ଗିଜୋରି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦୟଶ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ତଥା ସୁସାହିତ୍ୟିକ ବିଶ୍ୱନାଥ ପଣ୍ଡା ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢୀ,କବି ମହେଶ୍ୱର ଜେନାସାମନ୍ତ,ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ,କଣ୍ଠ ଶିଳ୍ପୀ ଶିବ ପ୍ରସାଦ ଦାସ,କବି ନିମାଇଁ ଚରଣ ଦାସ ପ୍ରମୁଖ ଯୋଗ ଦେଇ ଯୁବ ପ୍ରତିଭାଙ୍କୁ ସାହିତ୍ୟ ପ୍ରତି ରୁଚି ରଖିବାକୁ ଆହ୍ୱାନ ଦେଇଥିଲେ ।

ଶିଶୁ ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ସେମାନଙ୍କ ରଚିତ କବିତା ପାଠ କରିଥିଲେ l ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଉପରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ରାଜ କିଶୋର ପାଢ଼ୀ, ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ନିହାର ରଞ୍ଜନ ପତି, ଯୁବ କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାସ, ସାମ୍ବାଦିକ ଚିନ୍ମୟ କୁମାର ନାୟକ, ବିଶ୍ୱ ଭୂଷଣ ଜେନା, ସାମାଜିକ କର୍ମୀ ଆଲୋକ ଜେନାସାମନ୍ତଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି,କବି,ସୁସାହିତ୍ୟିକ ଯୋଗ ଦେଇଥିଲେ । କାର୍ଯ୍ୟ ପରିଚାଳନାରେ ପରିଷଦର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।



