ଓଡ଼ିଶା ଭିଜିଲାନ୍ସ ବଡ଼ ରେଡ୍ : ନଗଦ ଚାରି କୋଟି ଜବତ

ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା l ଓଡ଼ିଶା ଭିଜିଲାନ୍ସ ଦ୍ୱାରା ନଗଦ ଚାରି କୋଟି ଟଙ୍କା ଜବତ ହେବା ପ୍ରଥମ ଘଟଣା। ଏହା ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ରେଡ୍।

ଗତ କାଲି ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଗତକାଲି ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଯାହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଆରମ୍ଭ କରିଥିଲା ଚଢ଼ାଉ। ଶ୍ରୀ ମହାନ୍ତିଙ୍କ ସହ ଜଡ଼ିତ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଥିଲା। ଆଜି ଚଢ଼ାଉ ବେଳେ ଖଣି ଅଧିକାରୀଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଫ୍ଲାଟରୁ ମିଳିଛି ନଗଦ ୪ କୋଟି ଟଙ୍କା। ଏତେ ଟଙ୍କା ଜବତ ହେବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା।

ଏକ ଟ୍ରଲି ବ୍ୟାଗ ଓ ଆଲମିରାରେ ଏହି ଟଙ୍କାକୁ ଲୁଚାଇ ରଖିଥିଲେ ଖଣି ଅଧିକାରୀ। ୧୩୦ ଗ୍ରାମ୍‌ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ଖଣି ଅଧିକାରୀଙ୍କ ଅଫିସ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଭଦ୍ରକ ମଠ ସାହି ସ୍ଥିତ ପୈତୃକ ଘରେ ରେଡ୍ ଚାଲିଛି। ଅଧିକ ତଦନ୍ତ ପାଇଁ ଆହୁରି ଖୋଳତାଡ଼ ଚାଲିଛି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *