ଓଡ଼ିଶା ରାଜ୍ୟ ଏଡିଇଓ ସଂଘ ଗଠିତ : ପ୍ରଭାତ ତିୱାରୀ ସଭାପତି ସଂଗ୍ରାମ ସିଂହ ସମ୍ପାଦକ

ଭୁବନେଶ୍ବର 03/08(ରତ୍ନଗିରି ନ୍ୟୁଜ) :- ସମଗ୍ର ରାଜ୍ୟରେ ଥିବା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ(ଏଡିଇଓ)ମାନଙ୍କୁ ନେଇ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ନୂତନ ଭାବେ ଓଡ଼ିଶା ରାଜ୍ୟ ଏଡିଇଓ ସଂଘ (ଓସା) ଗଠନ କରାଯାଇଛି । ଭୁବନେଶ୍ୱରସ୍ଥିତ ଅଶୋକ ନଗର ଠାରେ ଥିବା ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କୁ ନେଇ ନୂତନ ରାଜ୍ୟ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ରାଜ୍ୟ ସଭାପତି ଭାବେ ପ୍ରଭାତ କୁମାର ତିୱାରୀ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଜୟ କୁମାର ଜେନା ଓ ବାବାଜି ବେହେରାଙ୍କୁ ମନୋନୀତ କରାଯାଇଥିଲା ।

ସେହିପରି ରାଜ୍ୟ ଉପସଭାପତି ଭାବେ ସୁରେଶ ପାଣିଗ୍ରାହୀ, ରଜନୀ କୁମାର ପଟ୍ଟନାୟକ, ଜ୍ୟୋତିରଂଜନ ପତି ଓ ରାଜେଶ ବେହେରା ମନୋନୀତ ହୋଇଥିବାବେଳେ ସାଧାରଣ ସମ୍ପାଦକ ସଂଗ୍ରାମ ସିଂହ, ସହସମ୍ପାଦକ ସୁଶିଲ ପାଣିଗ୍ରାହୀ, ମନୋଜ ପାଢୀ, ନେପାଳକ୍ରୀଷ୍ଣ ବର୍ଦ୍ଧନ ଓ ଶୀବରାମ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ଭାବେ ଦେବାଶିଷ ରାଉତ ହୋଇଥିବା ବେଳେ ସହ କୋଷାଧ୍ୟକ୍ଷ ଭାବେ ପ୍ରଦ୍ୟୁମ୍ନ ସାହୁ, ସଂଗଠନ ସମ୍ପାଦକ ମଳୟ କୁମାର ସାହୁ ଓ ଗଣମାଧ୍ୟମ ସଂଯୋଜକ ଭାବେ ପରମେଶ୍ୱର ବିଶ୍ୱାଳ ଓ ଦିଗାମ୍ବର ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା ।

ରାଜ୍ୟ ସଂଯୋଜିକା ଭାବେ ଗାୟତ୍ରି ପଣ୍ଡା ସର୍ବସମ୍ମତିକ୍ରମେ ରାଜ୍ୟସଂଘକୁ ମନୋନିତ ହୋଇଛନ୍ତି । ରାଜ୍ୟ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । ବିଗତ ଦିନରେ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ଯେଉଁଭଳି ସଂର୍ଘଷ କରି ସଫଳତା ହାସଲ କରିଥିଲା ସେହି ଅଭିଜ୍ଞତାକୁ ଆଧାର କରି ନବଗଠିତ ଓଡ଼ିଶା ରାଜ୍ୟ ଏଡିଇଓ ସଂଘ (ଓସା) ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ସହ ସଫଳତା ଲାଭ କରୁ ବୋଲି ଉପସ୍ଥିତ ରାଜ୍ୟ ନେତୃମଣ୍ଡଳୀମାନେ ଆଶାବ୍ୟକ୍ତ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *