ବିଧାୟକଙ୍କ ଦ୍ୱାରା ବନ୍ୟାଜଳ ନିଷ୍କାସନ ପ୍ରକଳ୍ପର ଶିଳାନ୍ୟାସ

ବରୀ(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକର ବ୍ରାହ୍ମଣୀ ଓ ଖରସ୍ରୋତା ଦୋଆବ ଅଞ୍ଚଳରେ ଥିବା ସାରନ୍ଦାପାଟରୁ ବନ୍ୟାଜଳ ନିଷ୍କାସନ ନେଇ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଦୀର୍ଘଦିନ ଧରି ଚାଷୀମାନଙ୍କ ପକ୍ଷରୁ ହୋଇଆସୁଥିବା ଅଭିଯୋଗର ସମାଧାନ ହୋଇପାରିବ । ଶୁକ୍ରବାର ଦିନ ବିଧାୟକ ଶ୍ରୀ ମଲ୍ଲିକ ସ୍ଥାନୀୟ ଚାଷୀ ଭାଇଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଓ ଡ୍ରେନେଜ୍ ବିଭାଗ ସହ ଆଲୋଚନା କରିଥିଲେ ।

ଯାହା ଫଳରେ ବନ୍ୟାଜଳ ନିଷ୍କାସନ ପାଇଁ ସରକାରଙ୍କ ଡ୍ରେନେଜ ବିଭାଗ ପକ୍ଷରୁ ୬୯ ଲକ୍ଷ୍ୟ ୮୧ ହଜାର ୪୬୧ ଟଙ୍କା ବ୍ୟୟରେ ଅଲିପୁର ପଞ୍ଚାୟତ ଏମ.ଡି.ଆର୍ -୧୪ ଠାରୁ ସାରନ୍ଦାପାଟ ନାଳରୁ ବନ୍ୟା ଜଳ ନିଷ୍କାସନ ପାଇଁ ଆରମ୍ଭ ହେବାକୁ ଥିବା କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଉକ୍ତ କାର୍ଯ୍ୟଟିକୁ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଶେଷ କରିବାକୁ ଡ୍ରେନେଜ୍ ବିଭାଗ ଚୁକ୍ତି କରିଥିବା ଜଣାପଡ଼ିଛି। ଶିଳାନ୍ୟାସ ଉତ୍ସବରେ ବିଧାୟକଙ୍କ ସହ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ, ଦିଲ୍ଲୀପ ମହାନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *