ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁବାଲିଆ ସ୍ଥିତ ଅଭିମନ୍ୟୁସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀଗଣ ଅଂଶଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ବିକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ସେବନ ଦ୍ୱାରା ମନ ଓ ଶରୀର ପ୍ରତି ହେଉଥିବା ହାନିକାରକ ପରିଣାମ ଏବଂ ଏଥିରୁ ମୁକ୍ତି ପାଇବାର ମାର୍ଗ ସମ୍ବନ୍ଧରେ ଆଲୋକପାତ କରିଥିଲ।

ଏହି କାର୍ଯ୍ୟକ୍ରମରେ ତର୍କଶାସ୍ତ୍ର ବିଭାଗର ଅଧ୍ୟାପିକା ସରୋଜିନୀ ପୃଷ୍ଟି, ଗଣିତ ବିଭାଗର ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ମନସ୍ତତ୍ୱ ବିଭାଗର ଅଧ୍ୟାପିକା ନିହାରିକା ବିଶ୍ୱାଳ, ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ନିମାଇଁ ଚରଣ ଲେଙ୍କା , ଅଧ୍ୟାପିକା ମନ୍ଦାକିନ୍ ସାମନ୍ତରାଏ, ଅର୍ଥନୀତି ବିଭାଗର ଅଧ୍ୟାପିକା ରଶ୍ମିତା ସାହୁ,ଇତିହାସ ବିଭାଗର ଅଧ୍ୟାପିକା ଇତିଶ୍ରୀ ଦାସ, ସଂସ୍କୃତ ବିଭାଗର ଅଧ୍ୟାପିକା ଭକ୍ତିଲତା ସୁତାର ପ୍ରମୁଖ ଅଂଶଗ୍ରହଣ କରି ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କିଭଳି ନିଶାଦ୍ରବ୍ୟଠାରୁ ନିଜେ ଦୂରେଇ ରହିବା ସହିତ ନିଜର ସଂପର୍କୀୟ ଓ ସାଙ୍ଗସାଥିମାନଙ୍କୁ ଏଥିରୁ ଦୂରେଇ ରଖିବେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ। ଅଧ୍ୟାପକ ଗୁଣନିଧି ଜେନା, ସ୍ଵେଚ୍ଛାସେବୀଗଣ ଏବଂ କର୍ମଚାରୀ ସୁକାନ୍ତ ଜେନା, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଗଣ ନିଶାଦ୍ରବ୍ୟଠାରୁ ସର୍ବଦା ଦୂରେଇ ରହିବା ପାଇଁ ଶପଥ ପାଠ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରୋଦ କୁମାର ଜେନାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




