ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଆଭ୍ୟନ୍ତର ଅଭିଯୋଗ କମିଟିର ସଚେତନତା କାର୍ଯ୍ୟକ୍ରମ

ବରୀ(ରତ୍ନଗିରି ନ୍ୟୁଜ) -ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ପରିସରରେ ଆଭ୍ୟନ୍ତର ଅଭିଯୋଗ କମିଟି ଦ୍ୱାରା ଏକ ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ପ୍ରଭାକର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ରବିନ୍ଦ୍ର କୁମାର ଦାସ ସଂଚାଳନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଓଡିଶା ଉଚ୍ଚ ଶିକ୍ଷା ବିଭାଗର ନୀତି ଓ ନିର୍ଦ୍ଦେଶନାମାକୁ ଭିତ୍ତିକରି ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ପାଠ ପଢିବା ସହିତ ଆତ୍ମ ସୁରକ୍ଷା ନିମିତ୍ତ ବିଭିନ୍ନ ଦିଗ ଉପରେ ଶ୍ରୀଯୁକ୍ତ ଦାସ ଆଲୋକପାତ କରିଥିଲେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ସଂସ୍କୃତ ବିଭାଗର ଅଧ୍ୟାପିକା ଅନାମିକା ମିଶ୍ର କମିଟିର ଉଦ୍ଦେଶ୍ୟ ଓ ଗଠନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କର ଅଭିଯୋଗ ଶୁଣାଣୀ ଓ ସମାଧାନ ପାଇଁ ଅନୁଷ୍ଠାନର ସବୁ ପ୍ରକାର ସହଯୋଗ ସଦାସର୍ବଦା ରହିବ ବୋଲି ପ୍ରକାଶ କରିଥିଲେ । ଓଡିଆ ଭାଷା ସାହିତ୍ୟ ବିଭାଗୀୟ ଅଧ୍ୟାପିକା ସୁଧାଂଶୁବାଳା ସ୍ୱାଇଁ ଶୃଙ୍ଖଳିତ ଓ ନିରାପତ୍ତା ଜୀବନ ଶୈଳୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କମିଟିର ଅନ୍ୟତମ ସଦସ୍ୟା ଇଂରାଗୀ ଅଧ୍ୟାପିକା ଶୁଶ୍ରୀ ସଂଗୀତା ଜେନା ନାରୀ ଶସକ୍ତି କରଣ, ଛାତ୍ରୀ ମାନଙ୍କର ଆଭ୍ୟନ୍ତରୀଣ ଅଭିଯୋଗକୁ ଉପସ୍ଥାପନା କରିବା ପାଇଁ ବିଭିନ୍ନ ମାଧ୍ୟମ ଓ ଦିଗ ଉପରେ ଆଲୋଚନା କରିବା ସହ ଛାତ୍ରୀ ମାନେ ତଥା ଅବଳା କେବେ ବି ଦୁର୍ବଳା ନୁହଁ ବୋଲି ଇତିହାସର ବହୁ ପ୍ରମାଣ ଦେଇ ଛାତ୍ରୀ ମାନଙ୍କୁ ଦୃଢ ମନୋବଳ ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଅଯଥା ସମୟ ନଷ୍ଟ ନକରି କଲେଜ କ୍ୟାମ୍ପସରେ ଶୃଙ୍ଖଳିତ ଓ ନୀତିବାନ ହୋଇ ବିଦ୍ୟା ଅଧ୍ୟୟନ ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ଇତିହାସ ବିଭାଗ ଅଧ୍ୟାପକ ହିମାଂଶୁ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *