ଯାଜପୁର(ରତ୍ନଗିରି ନ୍ୟୁଜ) : କୋରେଇ ବ୍ଲକ ହଳଦିଗଡିଆ ମଦନମୋହନ ସରକାରୀ ଉପ୍ରା ସ୍କୁଲ ଓ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୨୦୨୫-୨୬ଶିକ୍ଷା ବର୍ଷର ବାର୍ଷିକ କ୍ରୀଡା ମହୋତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଛି |ଉଚ୍ଚବିଦ୍ୟାଳୟପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କୋରେଇ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ସମ୍ମାନିତ ଅତିଥି ଏ ବିଇଓ ବିଜୟ କୁମାର ମଲ୍ଲିକ, ସ୍ଥାନୀୟ ସିଆରସିସି ଅନୀଲ କୁମାର ସେଠୀ, ସିଆରସିସି ସୁଶାନ୍ତ କୁମାର ଲେଙ୍କା ଓ କେଶବ ସେଠୀ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ମହାନ୍ତି ଓ ସାମ୍ବାଦିକ ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ |ମୁଖ୍ୟଅତିଥି ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ପାଠପଢ଼ା ସହିତ ଖେଳକୁଦର ଆବଶ୍ୟକତା ରହିଛି ବୋଲି କହିଥିଲେ |

ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |ଦ୍ଭାର ପ୍ରାପ୍ତପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ବାରିକ ଏହାକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଦିବାକର ନାୟକ, ଶିକ୍ଷୟତ୍ରୀସସ୍ମିତା ମହାନ୍ତି, ଶିକ୍ଷକ ଲକ୍ଷ୍ମୀଧର ନାୟକ, ଭବାନୀ ଦାସ, ସୁଶାନ୍ତ ନନ୍ଦ, ସେଖଜିଆ ଉଦ୍ଦିନ, ସୁରେଶ ଚନ୍ଦ୍ରନାଥ, ଉମେଶ ବାରିକ ହିମାଂଶୁ ମୋହନ ମହାନ୍ତି ଓ ବନୋଜ ନାଥ ପ୍ରମୁଖ ଶିକ୍ଷକ/ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |



