ଶ୍ରୀକ୍ଷେତ୍ର ସାହିତ୍ୟ ଓ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ପଲ୍ଲୀପୁଷ୍ପ ଉନ୍ମୋଚନ

ଦଶରଥପୁର (ରତ୍ନଗିରି ନ୍ୟୁଜ): ଶ୍ରୀ ଶ୍ରୀକ୍ଷେତ୍ର ସାହିତ୍ୟ ଓ ସାଂସ୍କୃତିକ ପରିଷଦ, ପଲ୍ଲାସାହି, ଯାଜପୁରର ଚତୁର୍ଥ ବାର୍ଷିକ ଉତ୍ସବ ପଲ୍ଲାସାହି ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କବି ଯଯାତି ସାହୁଙ୍କ ସଭାପତିତ୍ବ ପ୍ରଥମ ଅଧିବେଶନରେ ଏକ କବିତା ଆସରର ଅନୁଷ୍ଠିତ ହୋଇଥିଲା । କବି ବିଷ୍ଣୁ ଦଳାଇ, ଜିତେନ୍ଦ୍ର ବେହେରା, ରଞ୍ଜିତା ଦାଶ ଓ ଅନୁରାଧା ମିଶ୍ର ପ୍ରମୁଖ କବିତା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ କବିତାଗୁଡ଼ିକର ସମୀକ୍ଷା କରିଥିଲେ।

କବିତା ଅସରରେ କବି ରଞ୍ଜନ ସାହୁ , ଖଗେଶ୍ବର ସାହୁ, ନିରଞ୍ଜନ ପତି, ଶିଶିର କୁମାର ପଣ୍ଡା, ଶିଶିର କୁମାର ଜେନା, ମନୋରମା ଦାସ, ସୁବାସ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ମହାପାତ୍ର, ବିନୟ କୃଷ୍ଣ ବେହେରା, ବନିତା ବେହେରା, ଅଭୟ କର, ଗାୟତ୍ରୀ ଦାଶ, ମନୋରମା ସାହୁ, କାଶିନାଥ ଦାସ, ଅମ୍ବିକା ପ୍ରସାଦ ସାମଲ, ମଣ୍ଟୁ ବଳବନ୍ତ ରାୟ, ସୁରେନ୍ଦ୍ର ସାହୁ, ମୁରଲିଧର ବେହେରା, ଅଭୟ ସାମଲ, ନାରାୟଣ ସାହୁ, ହେମନ୍ତ ନାୟକଙ୍କ ସମେତ କବି ମନୋଜ ନାୟକ, ମଧୁମିତା ସାହୁ, ଉମାକାନ୍ତ ପାତ୍ର, ସୁକାନ୍ତି ପଣ୍ଡା, କରୁଣାକର ସାହୁ, ଭାରତୀ ସାହୁ, ସନ୍ତୋଷ ବେହୁରିଆ, ପଣ୍ଡିତ ଦିଲ୍ଲୀପ ତ୍ରିପାଠୀ, ସରସ୍ଵତୀ ପଣ୍ଡା, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ହେମାଙ୍ଗିନୀ ଦଳାଇ, ସୌଦାଗର ବିଶ୍ଵାଳ, ମନୋଜ ରାୟ, ସୁବାସ ବାରିକ ପ୍ରମୁଖ କବିତା ପାଠ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଆଲୋଚନା ଚକ୍ର, ପ୍ରତିଭା ସମ୍ବର୍ଦ୍ଧନା ଓ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ପଲ୍ଲୀପୁଷ୍ପ’ ଉନ୍ମୋଚନ ହୋଇଥିଲା। ଏହି ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗମ୍ବର ସାହୁ ସଭାପତିତ୍ବ କରିଥିଲେ। କବି ତଥା ଶିକ୍ଷାବିତ୍ ଡକ୍ଟର ଭାଗ୍ୟଧର ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍,କବି ତଥା ଅନୁବାଦିକା ବିଦ୍ୟୁତ୍ ଲତା ଦାସ ମୁଖ୍ୟ ବକ୍ତା, କବି ପ୍ରଭାତ ମଲ୍ଲିକ, କବି ଓ ଗାଳ୍ପିକ ରାମଚନ୍ଦ୍ର ଦାଶ ସମ୍ମାନିତ ବକ୍ତା, କବି ତଥା ସାମ୍ବାଦିକ ଭକ୍ତ ଚରଣ ସାହୁ ଓ ପଣ୍ଡିତ ବାଇଧର ସେନାପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ଜଗନ୍ନାଥଙ୍କ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରୁଥିବା ସମୟରେ ପଣ୍ଡିତ ଲକ୍ଷ୍ମୀଧର ମିଶ୍ର ବେଦ ପାଠ କରିଥିଲେ। କବି ତଥା ପତ୍ରିକାର ମୁଖ୍ୟ ସମ୍ପାଦକ ସୁଦର୍ଶନ ସାହୁ ଅତିଥିମାନଙ୍କୁ ସ୍ବାଗତ ତଥା ପରିଚୟ ପ୍ରଦାନ କରିଥିଲେ। ପରେ ପରେ ପତ୍ରିକାର ସମ୍ପାଦକ କବି ସତ୍ୟବ୍ରତ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଅତିଥିମାନେ ଗ୍ରାମାଞ୍ଚଳରେ ସାହିତ୍ୟ ଓ ଗ୍ରାମାଞ୍ଚଳର ସାହିତ୍ୟିକମାନଙ୍କ ବିଷୟରେ ଆଲୋଚନା କରିଥିଲେ। ସାହିତ୍ୟର ସୃଷ୍ଟି ଗ୍ରାମାଞ୍ଚଳରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଡ. ସାହୁ କହିଥିଲେ ଗ୍ରାମାଞ୍ଚଳରେ ନିଛକ ସାହିତ୍ୟ ସୃଷ୍ଟି ହେଉଛି କିନ୍ତୁ ସହରାଞ୍ଚଳରେ ସାହିତ୍ୟ ଫଟୋରେ ହିଁ ସୀମିତ ରହିଯାଉଛି।ଗ୍ରାମାଞ୍ଚଳରେ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଉନ୍ନତି ଉପରେ ମଧ୍ୟ ଅତିଥିମାନେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ଅନାଲୋଚିତ ସାହିତ୍ୟିକମାନଙ୍କ ଲେଖାକୁ ‘ପଲ୍ଲୀପୁଷ୍ପ’ ଅଗ୍ରାଧିକାର ଦେଉଥିବାରୁ ଅତିଥିମାନେ ପଲ୍ଲୀପୁଷ୍ପର ଉଚ୍ଚ ପ୍ରଶଂସା କରିଥିଲେ। ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା ପାଇଁ ସମର୍ପିତ ଶଶୀ ନାୟକ, ଚନ୍ଦ୍ରଶେଖର ସାହୁ ଓ ଅର୍ଜ୍ଜୁନ ଚରଣ ସାହୁଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି କବି ଚନ୍ଦ୍ରଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *