ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ଘଟଣା, ନାରୀ ନ୍ୟାୟ ବାହିନୀର ବିକ୍ଷୋଭ

ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : କୋଲକାତାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ ପ୍ରତିବାଦ କରି ନାରୀ ନ୍ୟାୟ ବାହିନୀ ପକ୍ଷରୁ ଗାନ୍ଧିମାର୍ଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଙ୍ଗଠନର ଆବାହିକା ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ ନେତୃତ୍ୱରେ ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ମଧୁମିତା ଦାସ, ନିବେଦିତା ପଟ୍ଟନାୟକ, ସୂର୍ଯ୍ୟ ସ୍ମିତା ପଣ୍ଡା, ସେଫାଳି ଶର୍ମା, ରଂଜୁକ୍ତା ବେହେରା, ଜ୍ୟୋସ୍ଟାମୟୀ ବେହେରା, ସୁନିତା ଧାର୍ମି, ଶ୍ୱେତା ମଲ୍ଲିକ ପ୍ରମୁଖ ବହୁ ମହିଳା ସଦସ୍ୟା ଗଣଧାରଣା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ଯେହେତୁ ସେ ଓଡ଼ିଶାର ଝିଅ ଓଡିଶା ସରକାର ମଧ୍ୟ ଘଟଣାରେ ହସ୍ତକ୍ଷେପ କରିବା ସହ ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରିବାକୁ ଏବଂ ଛାତ୍ରୀଙ୍କ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ଟିପ୍ପଣୀ ଦେଇ କହିଥିଲେ କି ଝିଅଟି କାହିଁକି କ୍ୟାମ୍ପସ ବାହାରକୁ ଆସିଥିଲା ତାହାକୁ ମଧ୍ୟ ନିନ୍ଦା କରାଯିବା ସହ ସେମାନେ ପୀଡ଼ିତା ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *