ବିଶିଷ୍ଟ ସମାଜସେବୀ, ଆଦର୍ଶ ପ୍ରଧାନଶିକ୍ଷକ ଅର୍ନ୍ତଯ୍ୟାମୀ ବରାଳଙ୍କ ପରଲୋକ

ବରୀ(ରତ୍ନଗିରି ନ୍ୟୁଜ) :- ବିଶିଷ୍ଟ ସମାଜସେବୀ, ଆଦର୍ଶ ପ୍ରଧାନଶିକ୍ଷକ ଅର୍ନ୍ତଯ୍ୟାମୀ ବରାଳଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ମୃତ୍ୟୁବେଳକୁ ସାନପୁଅ ପ୍ରସନ୍ନଜିତ୍ ବରାଳଙ୍କ ଅରଙ୍ଗାବାଦସ୍ଥିତ ଭଡା ଘରେ ରହୁଥିଲେ । ଗତ କାଲି ରାତି ୧୧ଟା୩୫ମିନିଟ୍ ସମୟରେ ବାର୍ଦ୍ଧକ୍ୟଜନିତ କାରଣ ହେତୁ ରୋଗଶର୍ଯ୍ୟାରେ ପ୍ରାଣତ୍ୟାଗ କରିଥିଲେ । ପରେ ତାଙ୍କ ମର ଶରୀରକୁ ନିଜ ଜନ୍ମମାଟି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଅନ୍ୟାସୀପୁର ଗ୍ରାମକୁ ଅଣାଯାଇଥିଲା । ମଙ୍ଗଳବାର ସକାଳେ ଏକ ବିଶାଳ ଶବ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏବଂ ସ୍ୱର୍ଗତ ବରାଳଙ୍କୁ ଭଲ ପାଉଥିବା ଜନସାଧାରଣ ଗ୍ରାମ୍ୟ ପରିକ୍ରମା କରାଇଥିଲେ । ପରେ ବଡପୁଅ ବିଶ୍ୱଜିତ୍ ବରାଳ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବରାଳଙ୍କ ପରଲୋକଗତ ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲ, ସ୍ଥାନୀୟ ସମିତି ସଭ୍ୟ ରମେଶ କୁମାର ସାହୁ, ଅନ୍ୟାସୀପୁର ସରପଞ୍ଚଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ପାତ୍ର, ଏଡିଇଓ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଜୟ କୁମାର ଜେନା ପ୍ରମୁଖ ପହଞ୍ôଚ ନିଜର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ବରାଳ କୋରାପୁଟ ଜିଲ୍ଲାରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ବରୀ ବ୍ଲକ୍ ଅର୍ନ୍ତଗତ ଢିହସାହି ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *