ବରୀ(ରତ୍ନଗିରି ନ୍ୟୁଜ) : ପବିତ୍ର ଅକ୍ଷୟତୃତୀୟା ଅବସରରେ ବରୀ ବ୍ଲକ ଅନ୍ତର୍ଗତ ଇଶାନପୁର ପଂଚାୟତ ଇଶାଣପୁର କୂଳରେ ଲକ୍ଷ୍ମୀ ନାରାୟଣ ପୂଜା ଓ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଗ୍ରାମବାସୀମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜାର୍ଚ୍ଚନା ସହିତ ହଳ ଲଙ୍ଗଳ, ବଳଦଙ୍କୁ ପୂଜା କରିବା ପରେ ନିଜ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ l ତୃତୀୟ ଦିନ ସଂଧ୍ୟାରେ ପୂର୍ବତନ ସମିତି ସଭ୍ୟ ହରିଶ୍ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକଙ୍କ ପିତା ଶିଶିର କୁମାର ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଏ ଅନୁଷ୍ଠାନ କିପରି ଆଗକୁ ବଢ଼ି ପାରିବ ସେଥିପାଇଁ ମୁଁ ସବୁ ବେଳେ ତୁମ ସାଥିରେ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରମ୍ପା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ କୁମାର ସାହାଣୀ, କର୍ଣ୍ଣଚନ୍ଦ୍ର ଘଡ଼ାଇ, ନଟବର ଜେନା, ଅନିରୁଦ୍ଧ ମଲ୍ଲ, ଭାଗିରଥୀ ଦାସ, ଲକ୍ଷ୍ମୀଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ଗ୍ରାମର ବରିଷ୍ଠ ନାଗରିକ କାଙ୍ଗାଳି ଜେନାଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରେ ରକ୍ ଷ୍ଟାର ଗ୍ରୁପ୍ ଡାନ୍ସ କଟକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସେଥିରେ କମେଡିଆନ ଜ୍ଞାନ ଯୋଗ ଦେଇ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ l କମିଟିର ସଦସ୍ୟ ବିଚିତ୍ରାନନ୍ଦ ଜେନା, ଶ୍ରୀକାନ୍ତ ଘଡ଼ାଇ,ଚିତ୍ତରଞ୍ଜନ ଜେନା, ଅମୂଲ୍ୟ କୁମାର ଘଡ଼ାଇ, ଦୀନବନ୍ଧୁ ବେହେରା, ଉତ୍କଳମଣି ଘଡ଼ାଇ, ସନାତନ ଦାସ ଓ ଚିତ୍ତରଞ୍ଜନ ଶ୍ୟାନ୍ତି ପ୍ରମୁଖ ସହଯୋଗ କରିଥିଲେ l


