ଦୁଇଦିନିଆ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା, ତା, ୧୮/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡାସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ଉଦଘାଟନ ଉତ୍ସବରେ ସଂଘ ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମା’ ପାଟଖଣ୍ଡା ମନ୍ଦିରରେ ପ୍ରତିଯୋଗିତାର ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରେ ପରେ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମରେ ପହଞ୍ଚି ଉପଜିଲ୍ଲାପାଳ କ୍ରୀଡା ପତାକା ଉତ୍ତୋଳନ ସହ କ୍ରୀଡା ଅଭିବାଦନ ଗ୍ରହଣ ପୂର୍ବକ ପ୍ରତିଯୋଗିତାକୁ ଶୁଭାରମ୍ଭ ଘୋଷଣା କରିବା ସହ କ୍ରୀଡାର ଗୁରୁତ୍ୱ ଓ ଭବିଷ୍ୟତ ସୁଯୋଗ ବିଷୟରେ କ୍ରୀଡ଼ାବିତକୁ ଉତ୍ସାହିତ କରିଥିଲେ l ଏହି ପ୍ରତିଯୋଗିତାରେ ବାଲିଗୁଡା ଏନ ଏ ସି ର ୧୭ଟି ହାଇସ୍କୁଲ ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ ୩୦୦ ରୁ ଉର୍ଦ୍ଧ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ l

ଦ୍ୱିତୀୟ ତଥା ଉଦଯାପନୀ ଉତ୍ସବରେ ସଂଘ ଉପସଭାପତି ସତ୍ୟ ନାରାୟଣ ପାଢ଼ୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏଥିରେ କନିଷ୍ଠ ବର୍ଗର ବାଳକ ବିଭାଗ ରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ରାହୁଲ ମଲିକ, ଓ ବାଳିକା ବିଭାଗ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୁପାଲି ପ୍ରଧାନ ଚମ୍ପିୟାନ ହୋଇଥିବା ବେଳେ ବରିଷ୍ଠ ବର୍ଗର ବାଳକ ବିଭାଗ ରେ ଆଦିବାସୀ ମହାବିଦ୍ୟାଳୟ ର ଛାତ୍ର ସୋହମ ସୁଆର ଓ ବାଳିକା ବିଭାଗ ରେ ସୁମିତ୍ରା ଶବର ଏବଂ ଦଳଗତ ଚମ୍ପିୟାନ ଭାବେ ଜୁନିଅର ବିଭାଗ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସିନିୟର ବିଭାଗ ରେ ଆଦିବାସୀ ମହାବିଦ୍ୟାଳୟ ଚମ୍ପିୟାନ ହୋଇ ଅତିଥି ଙ୍କ ଠାରୁ ମାନପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ l

ଏହି ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ରେ ଏଲିଆସ ଦିଗାଲ, ଦେବବ୍ରତ ସିଂ ଦେଓ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗଙ୍ଗାଧର ପଣ୍ଡା, ବ୍ରଜବନ୍ଧୁ ସାହାଣୀ, ସୁରେନ୍ଦ୍ର କୁମାର ପାତ୍ର, ଦେବରଞ୍ଜନ ନାୟକ, ରୁପକ କୁମାର ନାୟକ,ସମିର କୁମାର ପଟ୍ଟନାୟକ, ମନୋରଞ୍ଜନ ନାୟକ, ସୌମ୍ୟରଞ୍ଜନ ନାୟକ, ଟାର୍ଜନ ଦିଗାଲ, ଗଙ୍ଗାଧର ପାତ୍ର, ଶିବାନନ୍ଦ ପଟ୍ଟନାୟକ, ବିନାୟକ ଦେହୁରୀ, ହେମନ୍ତ କୁମାର ପାତ୍ର, ବିଭୁତି ବିନ୍ଧାଣି, ସୁଶୀ ଦୟନ୍ତି ମଲିକ, ରଶ୍ମିତା ମଲିକ, ସୁଶାନା ପ୍ରଧାନ, ଆଶା ପ୍ରଧାନ, ପ୍ରିୟତମା ମଲିକ, ନରେନ୍ଦ୍ର ପ୍ରଧାନ, ମଦନ ମୋହନ ପଣ୍ଡା, ରଜନୀକାନ୍ତ ସାହୁ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ସଂଘ ସମ୍ପାଦକ ଡ଼ଃ.ସୁଶାନ୍ତ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *