ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ବାଙ୍ଗରା ଗ୍ରାମପଞ୍ଚାୟତର ଛନ୍ଦାମୁଣ୍ଡ ଗ୍ରାମର ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଙ୍କ ର ବାସସ୍ଥାନ। ମା ଯଶୋଦା କଳା ପରିଷଦର ଗୁରୁ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଙ୍କୁ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀ ର “London Book Of World Record ” ଓ ମହାରାଷ୍ଟ୍ରର a “Iconic Book Of World Record” ରେ ସ୍ଥାନ ପାଇଛନ୍ତି। ଶ୍ରୀ ମଲ୍ଲିକ ଦୀର୍ଘ ୨୫ ବର୍ଷ ଧରି ସଙ୍ଗୀତ ସାଧନା କ୍ଷେତ୍ରରେ ୨୦୦୦ ରୁ ଉର୍ଦ୍ଧ ସଙ୍ଗୀତ ନିର୍ଦ୍ଦେଶନା ଦେଈ ଓଡ଼ିଶା ରେ ସୁପରିଚିତ। ଓଡ଼ିଆ ଚଳଚିତ୍ର, ଆଲବମ, ଧାରାବାହିକ, ଯାତ୍ରା ଓ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଈ ଓଡ଼ିଶା ରେ ସୁପରିଚିତ।ଦିନେଶ ମଲ୍ଲିକ ଙ୍କ ନିର୍ଦ୍ଦେଶନାରେ ପଦ୍ମଶ୍ରୀ ସୁରେଶ ୱଡକର ,ଅନୁପ ଜଲୋଟା, ଅନୁରାଧା ପଡୱଲ , ସୁବାଷ ଦାସ୍, ଗୀତା ଦାସ, ଶାନ୍ତିଲତା ବାରିକ, ନମିତା ଅଗ୍ରୱାଲ, ହ୍ୟୁମାନ ସାଗର, ଅସିମା ପଣ୍ଡା,ଇରା ମହାନ୍ତି, ମଣ୍ଟୁ ଛୁରିଆ,ଟି. ସୋରୀ, କୁମାର ବାପି, କରୁଣାକର, ସୁଧାକର ମିଶ୍ର, ଅର୍ପିତା ଚୋୖଧୁରୀ ,ଦିପ୍ତିରେଖା ପାଢ଼ୀ,ଅନ୍ତରା ଚକ୍ରବର୍ତ୍ତୀ,ସୋହୀନ ମିଶ୍ର,ମାନସୀ ପାତ୍ର, ରବିନ୍ଦ୍ର ମହାପାତ୍ର , ଅମ୍ରିତା ନାୟକ ,ତପୁ ମିଶ୍ର, ଶଶାଙ୍କ ଶେଖର ବହୁ ଆଗଧାଡିର କଣ୍ଠଶିଳ୍ପୀ ମାନେ କଣ୍ଠଦାନ କରିଛନ୍ତି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ୧୦୦ରୁ ଉର୍ଦ୍ଧ କଣ୍ଠଶିଳ୍ପୀ ଓ ୫୦ ରୁ ଉର୍ଦ୍ଧ ଗୀତିକାର ମାନଙ୍କୁ ଲୋକଲୋଚନକୁ ଆଣିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ। ଖାଲି ସେତିକି ନୁହେଁ ଦିନେଶ ମଲ୍ଲିକ ଆକାଶବାଣୀ ର ସ୍ଵୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ।ଦିନେଶ ମଲ୍ଲିକ ଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ, ଜାତୀୟ ସମ୍ମାନ ପୁରସ୍କାର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ, ପ୍ରକୃତି ବନ୍ଧୁ ପୁରସ୍କାର ଜିଲ୍ଲାପାଳ ଅନିଲ ସାମଲ ଙ୍କ ଠାରୁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁ ଗୈାରବ ସମ୍ମାନ ଜିଲ୍ଲାପାଳ ରଂଜନ ଦାସଙ୍କ ଠାରୁ, ସିନେମା ସଂସାର ସମ୍ମାନ ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, କ୍ରୀଡା ବିଭାଗ ପକ୍ଷରୁ ଶ୍ରେଷ୍ଠ ହାରମୋନିୟ ବାଦକ ଭାବ ରାଜ୍ୟ ପୁରସ୍କାର ମନ୍ତ୍ରୀ ଦେବାଶିଷ ନାୟକଙ୍କ ଠାରୁ ,ନିଉଦିଲ୍କୀର ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ପାଇବା ସହିତ ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ ଅନୁଷ୍ଠାନ ରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ । ବର୍ତ୍ତମାନ ସିଂହପୁର ସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉ.ପ୍ରା ବିଦ୍ୟାଳୟ ର କଳା ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।ଏ ଖବର ପାଇବା ପରେ ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସ, ଏ.ସି.ଏ.ଷ୍ଟି ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଧଳ , ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, କମିଶନର ଅକ୍ଷୟ ମଲ୍ଲିକ,ବି.ଡି.ଓ ହିତାଂଶୁ ଶେଖର ସାମଲ,ଏ.ବି.ଡି.ଓ ତ୍ରିଲୋଚନ ସେଠୀ, ଡଃ.ରାଜକିଶୋର ପଣ୍ଡା, ଡଃ ଶେଷଦେବ ପୃଷ୍ଟି, ଡଃ ପ୍ରିୟଙ୍କା ପାଣିଗ୍ରାହୀ, ଡଃ ପ୍ରସନ୍ନ କୁମାର ସାମଲ ବ୍ୟତୀତ ବହୁ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି।



