ବରୀ(ରତ୍ନଗିରି ନ୍ୟୁଜ) :ରାଜ୍ୟ ମହିଳା ଆୟୋଗ, ଭୁବନେଶ୍ୱର ଓ ଶିଶୁ ବିକାଶ ବିଭାଗ, ବରୀ ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଗୁରୁବାର ଦିନ ବରୀର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ମଲିକଙ୍କ ସଞ୍ଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ଡ଼ କଳ୍ପନା ମଲିକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପାର୍ବତୀ ସାହୁ, ପ୍ରୋଟେକ୍ସନ ଅଫିସର, ଆଇନଜୀବୀ ଚିତ୍ତରଂଜନ ଓଝା, ବରୀ ବିଡ଼ିଓ ଅସିତ୍ କୁମାର ମହାନ୍ତି, ଥାନା ଅଧିକାରିଣୀ ହେମଲତା ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଣେ ମହିଳା ପ୍ରଥମେ ଆଇନକୁ ଭଲ ଭାବରେ ବୁଝିପାରିଲେ ଯାଇ ଏହାକୁ ଉପଯୋଗ କରିପାରିବ। ଏ କ୍ଷେତ୍ରରେ ଅଭିଭାବକ ମାନଙ୍କ ଭୂମିକା ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଅଟେ। ଏକ ଉଦାହରଣ ଦେବାକୁ ଯାଇ ମହିଳା କମିଶନ ସଦସ୍ୟା ଶ୍ରୀମତୀ ମଲିକ କହିଥିଲେ ଯେ ସାବୁନର ଧର୍ମ ହେଲା ମଇଳାକୁ ସଫା କରିବା ଠିକ ସେହିଭଳି ମହିଳା ଘରୁ ବାହାରି ମଇଳାକୁ ସଫା କରି ଘରକୁ ଫେରିବା ଉଚିତ୍ ମଇଳାକୁ ସାଙ୍ଗରେ ଧରି ନୁହେଁ। ବରୀ ବିଡ଼ିଓ ଶ୍ରୀ ମହାନ୍ତି କହିଥିଲେ ଯେ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଖୋଲା ମଞ୍ଚରେ କରାଯିବା ଉଚିତ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଡ଼ାକ୍ତର ଶଶିକାନ୍ତ ସାହୁ, ବିପିଏମ୍ଓ ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିଶୁ ବିକାଶ ଅଧିକାରିଣୀ ତରଙ୍ଗିଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନାର ସମ୍ପୂର୍ଣ୍ଣ ତଦାରଖ କରିଥିଲେ। ମହିଳା ଶିଶୁ ବିକାଶ ବିଭାଗ ସୁପରଭାଇଜର ସ୍ୱର୍ଣାଲତା ପାଣିଗ୍ରାହୀ, ଆରତି ସାମଲ, ସୁଜାତା ବେହେରା ଓ କର୍ମଚାରୀ ସରୋଜ କୁମାର କର, ସଞ୍ଜୟ ନାୟକ, ବିଶ୍ୱଜିତ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶିବିରରେ ଶତାଧିକ ସଂଖ୍ୟକ ଅଙ୍ଗନୱାଡି କର୍ମୀ, ସହକର୍ମୀ, ଆଶାକର୍ମୀ ଓ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।




