ବରୀ,୬l୯(ରତ୍ନଗିରି ନ୍ୟୁଜ ) : ବରୀବ୍ଲକ ଅନ୍ତର୍ଗତ ମେଦୁଆକୂଳ ସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆଜି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଜୟନ୍ତୀ ଅବସରରେ ଗୁରୁ ପୂଜନ ଦିବସ ଅନୁଷ୍ଠାନର ମୁଖ୍ୟ ସେବକ ଡ ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ଵାରା ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଡଃ ବେହେରା ନିଜର ଅଭାଭାଷଣରେ ଶିକ୍ଷକଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ସହିତ ତୁଳନା କରି ଅତୀତରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ସୁସଂପର୍କ ବିଷୟରେ ଅବଗତ କରାଇଥିଲେ ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ସମାଜରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ଭବିଷ୍ୟତ ଜୀବନରେ କିପରି ଜଣେ ଜଣେ ଭଲ ମଣିଷ ହୋଇପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ। ବରୀର ସର୍ଵ ପୂରାତନ ଶିକ୍ଷାନୁଷ୍ଠାନ କୃପାସିନ୍ଧୁ ବିଦ୍ୟାଭବନର ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ପୁହାଣଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ତିନି ଜଣ ଛାତ୍ର, ଛାତ୍ରୀ ରାଜେଶ ମାହାନା, ଦିପଙ୍କର ଜେନା, ଶୁଭଶ୍ରୀ ତ୍ରିପାଠୀ ଓ ଇଷାଣପୁରର ହେମନ୍ତ ପ୍ରଧାନଙ୍କୁ ସର୍ବ ଭାରତୀୟ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ପିଲାମାନେ କିପରି ଭବିଷ୍ୟତରେ ସୁ ନାଗରିକ ହୋଇ ଦେଶର ସେବା କରି ସୁନାମ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ ଅତିଥି ମାନେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷିକା ମାନେ ଯୋଗଦାନ କରି ସଭାକୁ ସଫଳ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂଜ୍ୟ ପୁଜା ପରିଷଦର ଆବାହକ ଅନିରୁଦ୍ଧ ମଲ୍ଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମକର ଚରଣ ଘଡ଼ାଇ, କର୍ଣ୍ଣ ଚନ୍ଦ୍ର ଘଡ଼ାଇ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷାବିତ ମକରଧ୍ଵଜ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷାବିତ ଅଭିରାମ ମଲ୍ଲ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ଷୌଭାଗ୍ୟ କୁମାର ଜେନାଙ୍କ ସମେତ ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ/ଶିକ୍ଷିକା ଓ କର୍ମଚାରିମାନେ ପରିଚାଳନାରେ ସହଯୋଗ କରିଥିଲେ।



