କୃତି ଶିକ୍ଷକ ପାବକ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ବରୀ (ରତ୍ନଗିରି ନ୍ୟୁଜ): ବିଶିଷ୍ଟ ଶିକ୍ଷାବିତ, କୃତି ଶିକ୍ଷକ ପାବକ ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନ ପକ୍ଷରୁ ବଡ଼ଚଣା ବ୍ଲକ ଅନ୍ତର୍ଗତ ମୂଷାଟିକିରି ଠାରେ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ଶ୍ରୀମତୀ ଦାସ କହିଲେ ଯେ ପାବକ ସାର ଜଣେ ଏଭଳି ଶିକ୍ଷକ ଥିଲେ ଯାହାଙ୍କର ଶହ ଶହ ଛାତ୍ର ଛାତ୍ରୀ ଆଜି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିଛନ୍ତି l ସ୍ବର୍ଗତ ମହାପାତ୍ରଙ୍କ ଜନ୍ମଭୂମି ବଡ଼ଚଣା ଥିଲା ସତ ହେଲେ ତାଙ୍କର କର୍ମ ଭୂମି ଥିଲା ବରୀ l ତାଙ୍କର ଏପରି ଅସମୟରେ ପରଲୋକ ସମାଜ ପାଇଁ ଏକ ଅପୂରଣୀୟ ତଥା ଅବିଶ୍ୱାସନୀୟ କ୍ଷତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l

ଅନ୍ୟତମ ଅତିଥି ଭାବେ ଛତିଆ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ସାମଲ, ଯୁଗାନ୍ତର ସାଂସ୍କୃତିକ ପରିଷଦର ସମ୍ପାଦକ ଡ଼କ୍ଟର ଭାଗ୍ୟଧର ସାହୁ, ସଭାପତି କିଶୋର ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼କ୍ଟର ନୃସିହ ଚରଣ ବେହେରା, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ ପ୍ରମୁଖ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ପାବକ ସାର ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ l ଏଭଳି ଜଣେ ଆଦର୍ଶ ଶିକ୍ଷକଙ୍କ ବିୟୋଗ ସମାଜ ପାଇଁ ଯେଉଁ କ୍ଷତି ହେଲା ତାହା ଅପୂରଣୀୟ ବୋଲି କହିଥିଲେ l

ଅନ୍ୟମାନଙ୍କ ମଧ୍ୟରେ କ୍ରମେଡ଼ ଈଶ୍ୱର ଚନ୍ଦ୍ର ପରିଡା, ରବୀନ୍ଦ୍ର କୁମାର ପତି, ଗଗନ ବିହାରୀ ଜେନା, ଆଡ଼ଭୋକେଟ ରାଜ କିଶୋର ସାମଲ, ତ୍ରିଲୋଚନ ସେନାପତି, ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କବି, ସାହିତ୍ୟିକ, ଆଦର୍ଶ ବିଜ୍ଞାନ ଶିକ୍ଷକ ସ୍ୱର୍ଗତଃ ପାବକ ମହାପାତ୍ରଙ୍କ ସ୍ମୃତି ଚାରଣ କରି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଗତ ପାବକ ମହାପାତ୍ରଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ସାମଲ ସ୍ୱାଗତ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ତୁଷାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପାବକ ସାରଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା ‘ସ୍ରଷ୍ଟା ଓ ସୃଷ୍ଟି’କୁ ଉନ୍ମୋଚନ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *