କେନ୍ଦ୍ରାପଡ଼ା ରତ୍ନଗିରି ନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକ ଉତ୍ସବ ଗୁପ୍ତ କ୍ଷେତ୍ର ସଖୀବଟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସମାଜରେ ଭାଙ୍ଗି ଯାଉଥିବା ଯୌଥ ପରିବାରକୁ ପୁନଶ୍ଚ ଯୋଡ଼ିବାର ପ୍ରୟାସ କରି ଜିଲ୍ଲାର ବଛା ବଛା ଆଠଗୋଟି ଯୌଥ ପରିବାରଙ୍କୁ ମଞ୍ଚରେ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା। ଯୌଥ ପରିବାରର ସୁରକ୍ଷା ଉଦ୍ଦେଶ୍ୟ ରେ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବଳଦେବଙ୍କ ବଡ଼ପଣ୍ଡା କେଶବ ଚନ୍ଦ୍ର ପତ୍ରି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ବିନୋଦ ବିହାରୀ, ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନା, ଖଣ୍ଡଗିରି ର ଭାଇରାଲ ବାବା ଅସିତ୍ ଜେନା, ବ୍ରଜ କିଶୋର ସାହୁ, ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ଶାନ୍ତି ମା ଓ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ବଳଦେବଜୀୟୁଙ୍କ ଫଟ ଚିତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା l

ତରୁଣ ତବଲା ବାଦକ ନିହାରଙ୍କୁ ଏକଲବ୍ୟ ସମ୍ମାନ, ଗୌରାଙ୍ଗ ନାୟକଙ୍କୁ ପଲ୍ଲୀଶ୍ରୀ ପ୍ରତିଭା ସମ୍ମାନରେ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା । ଶ୍ରୀରାମ ନର୍ସିଂ ମହାବିଦ୍ୟାଳୟ ର ଛାତ୍ରୀମାନେ ଯୌଥ ପରିବାର ସୁରକ୍ଷା ପାଇଁ ଅତିଥି ମାନଙ୍କ ଦ୍ଵାରା ଶପଥ ପାଠ କରିଥିଲେ। ଟ୍ରଷ୍ଟ ର ସଂସ୍କୃତି ଅଧିକାରୀ ସଞ୍ଜୀବ କୁମାର ତରାଇ ମଞ୍ଚ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସଂଗଠନର ଶୁଭେଚ୍ଛୁ, ମହାକାଳପଡ଼ାର ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, କେନ୍ଦ୍ରାପଡ଼ାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଗଣ, ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ପ୍ରଚେଷ୍ଟା କରିଥିଲେ l
ଟ୍ରଷ୍ଟ ର କର୍ମକର୍ତ୍ତା, ସମ୍ପାଦକ ରାଜେଶ କୁମାର ବାରିକ, ଉପସଭାପତି ରଶ୍ମିରଞ୍ଜନ ବାରିକ, ବରିଷ୍ଠ ସଦସ୍ୟ ନିମାଇଁ ଚରଣ କର, ତପନ କୁମାର ନାଥ, ଦିଲ୍ଲୀପ କୁମାର ନାଥ, ଭାବଗ୍ରାହୀ ସାହୁ, ମନୋଜ କୁମାର ରାଉତ, ଅଶୋକ କୁମାର, ହରିହର ନାୟକ, କାଳନ୍ଦୀ ମଲ୍ଲିକ, କେଦାର ସ୍ୱାଇଁ, ସଂଗ୍ରାମ କୁମାର ଦାଶ, ପ୍ରଭାତ ଜେନା, ସତ୍ୟବ୍ରତ ପ୍ରଧାନ ଓ ଶଶିକାନ୍ତ ନାଥ,ଅଜୟ କୁମାର ସେଠୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ l
ଏହି ଉପଲକ୍ଷେ ଅଙ୍ଗଦାନ ଶିବିର, ଚକ୍ଷୁ ଦାନ ଶିବିର, ବିସ୍ମୟ ବାଳକ ମୃତ୍ୟୁଞ୍ଜୟ ମଲ୍ଲିକଙ୍କ ଅଲୌକିକ କାର୍ଯ୍ୟ ପ୍ରଦର୍ଶନ, ଷଢେ଼ଇ କଳା ର ପ୍ରଦର୍ଶନୀ, ଦର୍ଶକ ମାନଙ୍କ ନିମନ୍ତେ ନାଣ୍ଡି ବଗୁଲି ସର୍ବତ ଓ ପୁରାତନ ଖାଦ୍ୟ ସମ୍ଭାର ଅନ୍ତର୍ଭୁକ୍ତ ଥିଲା l
ସ୍ଵଚ୍ଛତା ପାଇଁ ଚକ୍ରଧର ବିଶ୍ଵାଳ ଓ ସ୍ଵେଚ୍ଛାସେବୀ ହିମାଂଶୁ ରାଉତ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ସମ୍ପାଦକ ରାଜେଶ କୁମାର ବାରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ l



