କ୍ଷୁଦ୍ର ଜଳସେଚନ ବିଭାଗ ଓ ଗ୍ରାମ୍ଯଉନ୍ନୟନ ଭିବାଗରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଉ- ଫରୱାର୍ଡ ବ୍ଲକ

ଚିକିଟି(ରତ୍ନଗିରି ନ୍ୟୁଜ) :ଚିକିଟି ଅଞ୍ଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି ଚାଲିଛି । ଚିକିଟି ଅଞ୍ଚଳର ଚକ୍ରବର୍ତ୍ତୀ ସାଗର ଏଷ୍ଟିମେଟ ମୂଲ୍ଯ ୬୬.୭୩ ଲକ୍ଷ ଟଙ୍କା,ଏଗ୍ରୀମେଣ୍ଟ ନମ୍ବର 85 P1/2024-25,ଏଗ୍ରୀମେଣ୍ଟ ମୂଲ୍ଯ ୪୩,୦୭,୫୦୦.୯୧ ଟଙ୍କା ହୋଇଥିବା ବେଳେ ସେଠାରେ ୪୦ ପ୍ରତିଶତ କାର୍ଯ୍ୟ ହୋଇଛି । ସେଠାରେ RRR ରେ କାର୍ଯ୍ୟ ଚାଲିଥିବା ବେଳେ M/R ଏଷ୍ଟିମେଟ ମୂଲ୍ଯ ୪.୯୪ ଲକ୍ଷ ଟଙ୍କା,ଏଗ୍ରୀମେଣ୍ଟ ନମ୍ବର 26 P1/2024-25,ଏଗ୍ରୀମେଣ୍ଟ ମୂଲ୍ଯ ୪.୨୦ ଲକ୍ଷ ଟଙ୍କା କାର୍ଯ୍ଯ ନକରି ମିଥ୍ଯା ବିଲ୍ ପ୍ରସ୍ତୁତ କରାଯାଇଛି। ଚିକିଟି ଅଞ୍ଚଳର ବଢେଇ ଘାଇ ନିର୍ମାଣ କାର୍ଯ୍ଯ ଏଷ୍ଟିମେଟ ମୂଲ୍ଯ ୩୧,୪୦,୪୧୮.୦୦ ଟଙ୍କା,ଏଗ୍ରୀମେଣ୍ଟ ନମ୍ବର 61 P1/2024-25.ଏଗ୍ରୀମେଣ୍ଟ ମୂଲ୍ଯ ୧୮,୧୯,୨୭୧.୮୮ ଟଙ୍କା ହୋଇଥିବା ବେଳେ ସେଠାରେ ୨୦ ପ୍ରତିଶତ କାର୍ଯ୍ଯ ହୋଇଛି।

ଚିକିଟି ଅଞ୍ଚଳର କୋଟଲିଙ୍ଗି ସାଗର ନିର୍ମାଣ କାର୍ଯ୍ଯ ଏଷ୍ଟିମେଟ ମୂଲ୍ଯ ୯୭.୯୮ ଲକ୍ଷ ଟଙ୍କା,ଏଗ୍ରୀମେଣ୍ଟ ନମ୍ବର 62 P1/2024-25,ଏଗ୍ରୀମେଣ୍ଟ ମୂଲ୍ଯ ୬୨,୪୩,୯୪୩.୭୦ ଟଙ୍କା ହୋଇ ଥିବା ବେଳେ ସେଠାରେ ୫୦ ପ୍ରତିଶତ କାର୍ଯ୍ଯ ହୋଇଛି । ଚିକିଟି ଏନ୍ଏସିରେ ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନରେ ୫୦୦ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ଓ ୩୦୦ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ନିର୍ମାଣ ନିମ୍ନମାନର କରାଯାଇଛି। ଦୁଇଟି ବହୁମେଖୀ ଭବନ ନିର୍ମାଣ ପାଇଁ ଏଷ୍ଟିମେଟ ମୂଲ୍ଯ ୫୧୬.୦୦ ଲକ୍ଷ ଟଙ୍କା ହୋଇଥିବା ବେଳେ ଠିକାଦାର ଏଷ୍ଟିମେଟ ମୂଲ୍ଯ ଠାରୁ ୫.୨୦ ପ୍ରତିଶତ ମୂଲ୍ଯ କମାଇ (୨୨,୩୩,୫୮୩ ଟଙ୍କା) ଏଗ୍ରୀମେଣ୍ଟ କରି କାର୍ଯ୍ଯ କରୁଛନ୍ତି। ବହୁମୁଖୀ ଗୃହ ନିମ୍ନମାନର ଭିତ୍ତିଭୂମି ନିର୍ମାଣ ସହିତ ଗୃହ ନିର୍ମାଣ ମଧ୍ଯ ନିମ୍ନମାନର କରାଯାଇଛି। ସମସ୍ତ ଗୁଣବତ୍ତା ଓ ପରିମାଣ ସହିତ ଠିକାଦାର ଓ ଯନ୍ତ୍ରୀ ବୁଝାମଣା କରି ନିମ୍ନମାନର କାର୍ଯ୍ଯ କରିଛନ୍ତି। ଟେଣ୍ଡର ମୂଲ୍ଯ ହ୍ରାସ ଓ ପିସି ୧୬ ରୁ ୨୨ ପ୍ରତିଶତ ସମେତ ଠିକାଦାରଙ୍କ ଲାଭ ଅନୁଧ୍ୟାନ କଲାବେଳେ ବହୁମୁଖୀ ଗୃହ ଦୁଇଟି କାର୍ଯ୍ଯର ସ୍ଥାୟିତ୍ବ ସନ୍ଦେହ ସୃଷ୍ଟି କରୁଛି। କାର୍ଯ୍ୟରେ ବ୍ଯବହୃତ ସିମେଣ୍ଟ,ଲୁହାଛଡ,ଗୋଡି,ମେଟାଲ୍ ଏବଂ ଅନ୍ଯାନ୍ଯ ଅନୁସଙ୍ଗିକ କାର୍ଯ୍ଯ ପାଇଁ ବ୍ଯବହୃତ ସାମଗ୍ରୀ ନିମ୍ନମାନର ହୋଇଥିବାରୁ ଦୁର୍ନୀତି ହୋଇଛି।

ଦୁର୍ନୀତିର ତଦନ୍ତ ପାଇଁ ଫରୱାର୍ଡ ବ୍ଲକ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ମୁଖ୍ୟମନ୍ତ୍ରୀ ଓଡ଼ିଶା, ମୁଖ୍ଯ ଶାସନ ସଚିବ,ବିଭାଗୀୟ ସଚିବ,ଜିଲ୍ଲାପାଳ ଗଞ୍ଜାମ,ଭିଜିଲାନ୍ସ,ମୁଖ୍ଯ ନିର୍ମାଣ ଯନ୍ତ୍ରୀ,ଗ୍ରାମ୍ଯ ନିର୍ମାଣ ମଣ୍ଡଳ,ବ୍ରହ୍ମପୁର ଓ ଅତିରିକ୍ତ ମୁଖ୍ଯ ଯନ୍ତ୍ରୀ,କ୍ଷୁଦ୍ର ଜଳସେଚନ ମଣ୍ଡଳ,ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ନୀତିର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ଜାଣିଶୁଣି ବିଳମ୍ବ କରାଗଲେ ଆବଶ୍ୟକ ସ୍ଥଳେ ମାମଲା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯିବୁ। ଏହି ଟେଣ୍ଡର ଦୁର୍ନୀତିରେ ଠିକାଦାର ଓ ଯନ୍ତ୍ରୀ ମାନେ ସଂପୃକ୍ତ ରହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ,କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗାହୀ ଓ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *