ଗାନ୍ଧୀନଗର, ୧୬/୧୦: ଏକାଥରେ ଇସ୍ତଫା ଦେଲେ ସବୁ ମନ୍ତ୍ରୀ। ଶୁକ୍ରବାର ହେବାକୁ ଥିବା ଏକ ବଡ଼ କ୍ୟାବିନେଟ୍ ଅଦଳବଦଳ ପୂର୍ବରୁ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ସାତରୁ ଦଶ ଜଣଙ୍କୁ ପଦବୀରେ ରଖାଯିବ। ବାକି ପଦବୀରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ।
ସୂତ୍ର ଅନୁସାରେ, ବର୍ତ୍ତମାନର ଗୁଜରାଟ କ୍ୟାବିନେଟରେ ୧୬ ଜଣ ସଦସ୍ୟ ଅଛନ୍ତି। ଏହାକୁ ସମ୍ପ୍ରସାରଣ କରାଯାଇ ୨୬ ପଦବୀ କରାଯିବ। ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି।



