ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ କଂଗ୍ରେସର ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ

ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ)- ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ନିମ୍ନମତେ ଗଠନ କରିଛନ୍ତି । ଉକ୍ତ କମିଟି ଦ୍ୱୟ ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ବିଜୟୀ କରିବାରେ ସମସ୍ତ ଦାୟୀତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । “ନିର୍ବାଚନ ଷ୍ଟିୟରିଂ କମିଟି”ରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା, ଦେବାଶିଷ ପଟ୍ଟନାୟକ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅଶୋକ ଦାସ, ସାଗର ଚରଣ ଦାସ, କାଡରକା ଆପାଲା ସ୍ୱାମୀ, ସତ୍ୟଜିତ ଗମାଙ୍ଗୋ, ମଙ୍ଗୁ ଖିଲ, ପବିତ୍ର ସାଉଁଟା ଓ ନିଳମାଧବ ହିକକା ପ୍ରମୁଖ ରହିଛନ୍ତି । ସେହିପରି “ନିର୍ବାଚନ ମନିଟରିଂ କମିଟି”ରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଅଶିତ ପଟ୍ଟନାୟକ, ଦୌପ୍ରଦୀ ମାଝୀ, ଫକୀର ଜଗତ, ବିଜୟାନନ୍ଦ ଚାଉଳିଆ, ସରୋଜ ପ୍ରଧାନ, ପିନାକୀ ନାରାୟଣ ଦାସ, ସେମ ହେମ୍ବ୍ରମ, ଜ୍ଞାନରଞ୍ଜନ ଦାସ, ଗଣେଶ ସାହୁ, ଅନିଲ ମେହେର, ଅଜିତ ଦାସ, ଜଳନ୍ଧର ନାୟକ, ଅଖିଳ ଭତ୍ରା, ଦିଲ୍ଲୀପ ଦୁରିଆ, ନିର୍ମଳ ନାୟକ, ହରଦିପ ସିଂ ଓ ଅଙ୍କିତ ସିଂଘାଇ ପ୍ରମୁଖ ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *