ଯାଜପୁର(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଳା ଅନ୍ତର୍ଗତ କୋରେଇ ବ୍ଲକର ହଳଦିଗଡିଆ ନିବାସୀ ବରିଷ୍ଠ ସମାଜସେବୀ ମହେନ୍ଦ୍ର କୁମାର ମହାନ୍ତିଙ୍କର ୭୫ ବର୍ଷରେ ହୃଦଘାତରେ କୋରେଇ ମେଡିକାଲଠାରେ ପରଲୋକ ଘଟିଛି. ସେ ହଳଦିଗଡିଆ ଗ୍ରାମର ମୁରବୀ ଥିବା ସହ ହଳଦି ଗଡିଆ ସତ୍ୟନାରାୟଣପାଲା କମିଟିର ପୁର୍ବତନ ସଦ୍ଭାପତି ଓ ସାଦକପୁର ଗ୍ରାମପଞ୍ଚାୟତର ବିଜେଡିର ପୁର୍ବତନ ସଦ୍ଭାପତି ଥିବା ସହ ମଦନମୋହନ ନୋଡାଲବିଦ୍ଯାପୀଠର ପୁର୍ବତନ ସଦ୍ଭାପତି ଥିଲେ ତତସହ ହଳଦିଗଡିଆ ଗ୍ରାମପଞ୍ଚାୟତ ପୁର୍ନଗଠନର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ। ଗ୍ରାମର ଉନ୍ନତିପଥରେ ସଦାସର୍ବଦା କର୍ମଚଞ୍ଚଳ ଥିଲେ । ତାଙ୍କର ଅକାଳ ବିୟୋଗର ଖବର ପାଇ ବିଜେଡି ନେତା ଭବପ୍ରକାଶ ଦାସ ହଳଦିଗଡିଆରସରପଞ୍ଚ ଅନିଲ କୁମାର ମହାପାତ୍ର ସେବା ସମବାୟ ସମିତିର ସଦ୍ଭାପତି ମଦନମୋହନ ମହାପାତ୍ର କମ୍ୟୁନିଷ୍ଟ ନେତା ଆଲୋକ ମହାନ୍ତି ଯୁବନେତା ତାରକେଶ୍ଵର ମହାନ୍ତି ସାଦକପୁରସରପଞ୍ଚ ରବିନ୍ଦ୍ର କୁମାର ବେହେରା ହଳଦିଗଡିଆ ସମିତି ସଭ୍ୟ ଉଦୟ କୁମାର ନାୟକ ସେକ ସିରାଜ ଅଲ୍ଲୀ ସାମ୍ବାଦିକ ନିଗମ ପ୍ରସାଦ ନାଥ ହଳଦିଗଡିଆ ପାଲା କମିଟିର ସଂପାଦକ ଭବାନୀଶଙ୍କର ଦାସ, ସାମ୍ବାଦିକ ଭୁବନ ମୋହନ ମହାନ୍ତିଙ୍କ ସମେତ ବହୁଭଦ୍ରବ୍ଯକ୍ତି, ଗଣ ହଳଦିଗଡିଆସ୍ଥ.ବାସଭବନରେପହଁଚି ଶେଷଦର୍ଶନ କରିଥଲେ । ଗାଁ ଶଶ୍ନାନରେ ଶେଷକୃତସଂପର୍ଣ୍ଣ କରାଯାଇଥିଲା।ବଡପୁତ୍ର ଧର୍ମେନ୍ଦ୍ର ମୁଖାଗ୍ନି ଦେଇଥିଲେ।



