ବରୀ ବିଜେପି କର୍ମୀଙ୍କ ଦ୍ୱାରା ବିଜେଡିକର୍ମୀଙ୍କୁ ଆକ୍ରମଣ ଅଭିଯୋଗ : ଥାନାରେ ମାମଲା

ବରୀ,(ରତ୍ନଗିରି ନ୍ୟୁଜ ) : ମଙ୍ଗଳବାର ପୂର୍ବାହ୍ନରେ ବରୀ ମାଉଣ୍ଡ ନିକଟ ନେଉଳା ଛକଠାରେ ବରୀ ବିଜେପି କର୍ମୀଙ୍କ ଦ୍ୱାରା ବିଜେଡି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିବରଣୀରୁ ପ୍ରକାଶ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଅଭିଯୋଗ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟିବାକୁ ବରୀ ବିଜେଡି ଯୁବ ଜନତା ଦଳର କିଛି କର୍ମକର୍ତ୍ତା ଯାଜପୁର ଅଭିମୁଖେ ଯାଉଥିବା ସମୟରେ ନେଉଳା ଛକ ନିକଟରେ ତାଙ୍କ ଉପରେ ଅତର୍କିତ ଆର୍କମଣ ହୋଇଥିବା ଅଭିଯୋଗ। ଲିଖିତ ଅଭିଯୋଗ ଅନୁଯାୟୀ ଉପରୋକ୍ତ ସ୍ଥାନରେ ପୂର୍ବରୁ ପ୍ରସ୍ତୃତ ହୋଇ ରହିଥିବା ବିଜେପି କର୍ମି ସଂଗ୍ରାମ ପଲାଇ, ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥି ହୋଇଥିବା ସୌଭାଗ୍ୟ ଦାସ, ସତ୍ୟବ୍ରତ ଜେନା, ପ୍ରଦୀପ ପରିଡା, ପ୍ରକାଶ ଦାସ, ନାରାୟଣ ଚନ୍ଦ୍ର ସାହୁ, ସନ୍ତୋଷ ନାୟକ, ଚନ୍ଦ୍ରକାନ୍ତ ନାୟକ, ମାନସ ଧଳ, ଶଶିକାନ୍ତ ବେହେରା, ସଦାସିବ ପଢିହାରୀଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କ ଇଙ୍ଗିତରେ ସେମାନଙ୍କୁ ଅଟକାଇ ଅଶୀଳ ଭାଷା ପ୍ରୟୋଗ ଓ ଜାତିଆଣା ଆକ୍ଷେପ କରିବା ସହିତ ତୁମେମାନେ କୁଆଡେ ଯାଉଛ ଆମେ ତ ବ୍ଲକ୍ କାର୍ଯ୍ୟାଳୟକୁ ଯାଉଛୁ ତମେମାନେ ସେଠାକୁ ଚାଲ ଦେଖାଦେଖି ହେବା। ଆମେମାନେ ଏହାର ପ୍ରତିବାଦ କରିବାରୁ ସେମାନେ ହାତରେ ଠେଙ୍ଗାବାଡି ଧରି ଆମକୁ ଆକ୍ରମଣ କରିବା ସହିତ ପାଖରେ ରଖିଥିବା ଭୁଜାଲି ଲୁହ ରଡ ପ୍ରଭୃତି ବାହାର କରି ଗୋଡାଇଥିଲେ ।

ଜୀବନ ରକ୍ଷା କରିବା ପାଇଁ ଆମେ ସେଠାରୁ ଦୌଡି ପଳାଇ ଆସିଥିଲୁ ସେମାନ ପଛପଟରେ ଅଶୀଳ ଭାଷା ପ୍ରୟୋଗ କରିବା ସହିତ ଆମେ ସରକାରୀ ଦଳର ଲୋକ, ଆମେ ମୋହନ ମାଝିଙ୍କ ଲୋକ, ଆମେ ଉମେଶ ଜେନାଙ୍କ ଲୋକ, ଆମେ ତୁମକୁ ଯାହା କଲେ ବି ତୁମ ପିଠିରେ ପଡିବାକୁ କେହି ନାହିଁ ବୋଲି କହିବା ସହିତ୍ ବିଧାୟକ ବିଶ୍ଵ ରଞ୍ଜନ ମଲିକଙ୍କ ନାମରେ ବିଭିନ୍ନ ଅ ସାମ୍ବିଧାନିକ ଶବ୍ଦ ପ୍ରୟୋଗ କରି ଧମକ ଦେଇଥିଲେ । ତେଣୁ ଆମ୍ଭେମାନେ ବରୀ ରାମଚନ୍ଦ୍ରପୁର ଥାନାର ଲିଖିତ ଅଭିଯୋଗ କରିବା ସହିତ ଥାନାଅଧିକାରିଣୀଙ୍କୁ ଅନୁରୋଧ କରିଛୁ ଯେ ତୁରନ୍ତ ଅପରାଧିମାନଙ୍କୁ ଆଇନ ଅନୁଯାଇ ଗିରଫ କରାଯାଉ । ଅନ୍ୟଥା ଆମ୍ଭେମାନେ ରାଜରାସ୍ତାଙ୍କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ବରୀ ଯୁବ ବିଜେଡିର କର୍ମକର୍ତ୍ତା ସାଗର କାନ୍ତ ରାୟ, ଭରତ ସେଠି, ବିଭୁ ପ୍ରସାଦ ରାଉତ ପ୍ରମୂଖ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ସେହିପରି ବରୀ ରାମଚନ୍ଦ୍ରପୁର ଥାନା ସୂତ୍ରରୁ ଜଣା ପଡିଛି ଯେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବରୀ ବିଡ଼ିଓ ଏବଂ ବରୀ ବିଧାୟକଙ୍କ ନାମରେ ପୂର୍ବାହ୍ନରେ ଏକ ଲିଖିତ ଅଭିଯୋଗ ହୋଇଛି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *