ପ୍ରଥମ ଓଡିଆ ଶିଶୁପତ୍ରିକାସମ୍ପାଦକ ସମ୍ମିଳନୀରେ ସ୍ମୃତିଲିପିପତ୍ରିକାର ସଂପାଦକ ସମ୍ବର୍ଦ୍ଧିତ

ଯାଜପୁର /ବ୍ୟାସନଗର/କୋରେଇ(ରତ୍ନଗିରି ନ୍ୟୁଜ) :-ନିଖିଳ ଉତ୍କଳ ପରଶମଣି ଶିଶୁ ସାହିତ୍ୟ ସଂଗଠଡ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ରପରି ସରରେ ରାଜ୍ୟ ସ୍ତରୀୟ ପ୍ରଥମ ଶିଶୁ ସାହିତ୍ୟ ସମ୍ପାଦକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିଶୁ ସାହିତ୍ଯକ ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି,ବରିଷ୍ଠ ଶିଶୁ ସାହିତ୍ୟକ ଓ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ଟୁଭକୁ ମୁଷିପତ୍ରିକାର ସଂପାଦକ ବୀରେନ୍ଦ୍ର କୁମାର ସାମନ୍ତରାୟ, ବରେଣ୍ୟ ଅତିଥିରୁପେ ନନ୍ଦନକାନନ ଶିଶୁପତ୍ରିକାର ସଂପାଦିକା ସରଳା ପତ୍ରୀ,ଓ ସଂସାର ପତ୍ରିକାର ସଂପାଦିକା ଅନସୂୟା ନନ୍ଦ ଯୋଗ ଦେଇଥିଲେ।ଅନୁଷ୍ଠାନର ସଦ୍ଭାପତି ଡକ୍ଟର ରାମଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ସଂପାଦକ ସୁଶାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟରୁ ପ୍ରାୟ ସତୁରୀ ଜଣ ଶିଶୁ ପତ୍ରିକା ସମ୍ପାଦକ ଓ ସଂପାଦିକା ଯୋଗ ଦେଇଥିଲେ।ଏହି ଅବସରରେ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ହଳଦିଗଡିଆର ସତ୍ୟନାରାୟଣପାଠାଗାର ଆନୁକୁଲ୍ୟରେ ପ୍ରକାଶିତ ଜନଚେତନାରପ୍ରତୀକ ସ୍ମୃତିଲିପି ତ୍ରୈମାସିକ ସାହିତ୍ୟ କିଶୋର ପତ୍ରିକାର ସମ୍ପାଦକ ବରିଷ୍ଠ ସାମ୍ବାଦିକ ଭୁବନମୋହନ ମହାନ୍ତି,ଙ୍କୁ ପଦକ ଓ ପ୍ରମାଣପତ୍ର, ସହ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ବର୍ତ୍ତମାନ ଡିଜିଟାଲ ଯୁଗରେ ପୁସ୍ତକ ପଠନ ଠାରୁ ସମସ୍ତେ ଦୂରେଇ ଗଲାବେଳେ ଶିଶୁ ପତ୍ରିକା ପ୍ରକାଶନ କରିବା କଷ୍ଟକର ବ୍ୟାପାର ତେଣୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *