ବରୀ(ରତ୍ନଗିରି ନ୍ୟୁଜ):- ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଞ୍ଚାୟତର ନାଥପୁରଠାରେ ମା ଥାନପତି କ୍ରିକେଟ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ରତ୍ନଗିରିକୁ ୬ୱିକେଟ୍ ହରାଇ ଅଲିଆବାଦ କ୍ରିକେଟ ଦଳ ଚଳିତ ବର୍ଷର ଚାମ୍ପିୟନ ହୋଇଛି । ପ୍ରିୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନି ସଭାରେ ମୁଖ୍ୟଅତିଥିଭାବେ ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନା, ସମ୍ମାନିତ ଅତିଥିଭାବେ ପୂର୍ବତନ କ୍ରିକେଟ୍ ଖେଳାଳୀ ବାସୁଦେବ ଜେନା ଓ ସମାଜସେବୀ ବନୋଜ କୁମାର ଜେନା ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । କ୍ରିକେଟ ମ୍ୟାଚ ପରିଚାଳନା ସିଦ୍ଧାନ୍ତ କୁମାର ଜେନା ଓ ଶୁଭପଦ ଜେନା କରିଥିବାବେଳେ ବିଶ୍ୱଜିତ୍ ଜେନା ଧାରାବିବରଣୀ ପ୍ରଦାନ ଓ ମନୀଷ କୁମାର ଜେନା ସ୍କୋରର ଭାବେ କାର୍ଯ୍ୟ କରିଥିଲେ ।

କ୍ଲବ୍ର ସଦସ୍ୟ ସନ୍ତୋଷ କୁମାର ରାଉତ, ହିମାଂଶୁ ଶେଖର ଜେନା, ସତ୍ୟଜିତ୍ ଜେନା, ସତ୍ୟବ୍ରତ ଜେନା, ଶୁଭ୍ରାଂଶୁ ଶେଖର ଜେନା, ତୁଷାର ଜେନା, ଓମ୍ ପ୍ରକାଶ ଜେନା, ହିମାଂଶୁ ଜେନା, ସନିଆ, ଅରଜିତ୍ ଜେନା, କାହ୍ନା, ରୋହନ, ଚାଇନା, ଅମିତ, ଗୁଡ଼ୁ, ନିଖିଳେଶ ପ୍ରମୁଖ କ୍ରିକେଟ୍ ମ୍ୟାଚ୍ ସଫଳ ଆୟୋଜନରେ ପ୍ରମୁଖ ସହଯୋଗ କରିଥିଲେ ।



