ବରୀରେ ସ୍ଵରାଜ କବି ବାଞ୍ଛାନିଧି ଦାଶଙ୍କ ୧୦୨ ତମ ଜୟନ୍ତୀ ପାଳିତ

ବରୀ (ରତ୍ନଗିରି ନ୍ୟୁଜ) : ବରୀ ଅଞ୍ଚଳର ଜଣେ ବହୁମୂଖୀ ପ୍ରତିଭା ସ୍ଵରାଜ କବି ବାଞ୍ଛାନିଧି ଦାଶଙ୍କ ୧୦୨ ତମ ଜୟନ୍ତୀ ବରୀ ମାଉଣ୍ଟ ତାଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ବରୀ ସାହିତ୍ୟ ସମନ୍ଵୟ ପରିଷଦ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ପରିଷଦର ଆବାହକ ସଭାପତି ନିମାଇଁ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରୀ ସାହିତ୍ୟ ସଂସଦ, ପୁଣ୍ୟତୋୟା ସାହିତ୍ୟ ସଂସଦ, ଜଗା ଶିଶୁ ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘର, ଗୋପବନ୍ଧୁ ରମାଦେବୀ ଆଶ୍ରମ ପ୍ରଭୁତି ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ସ୍ଵର୍ଗତ ଦାଶ ଏକାଧାରରେ ଜଣେ ଜାତୀୟତାବାଦୀ କବି, ମୌଳିକ ଶିକ୍ଷକ, ମରଣ ସେନାର ସତ୍ୟାଗ୍ରହୀ, କାରାବନ୍ଦୀ ସଂଗ୍ରାମି ଓ ସାମ୍ବାଦିକ ଭାବେ ପରିଚୟ ଲାଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କୁଞ୍ଜ ବିହାରୀ ଦାଶ, ସୁମନ୍ତ ପଣ୍ଡା, ଡକ୍ଟର ଅଜୟ କୁମାର ଜେନା, ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ତାଙ୍କର ବହୁମୂଖୀ ପ୍ରତିଭା ଉପରେ ଆଲୋକ ପାତ କରିଥିଲେ l ଏଥିରେ ସନ୍ତୋଷ କୁମାର ଦାସ, ମାଧବ ଶାନ୍ତି, ବଲ୍ଲଭ ଜେନା ଓ ଅନ୍ୟମାନେ ସାମିଲ ହୋଇଥିଲେ l ଶେଷରେ ସବିତା ନାୟକ ଧନ୍ଯବାଦ ପ୍ରଦାନ କରିଥିଲେ

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *