ବରୀ (ରତ୍ନଗିରି ନ୍ୟୁଜ) : ପ୍ରବାଦ ପୁରୁଷ ଓଡ଼ିଶାର ଭୂମିପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ, ଝଡର ଇଗଲ୍ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ବରୀର ଯୁବନେତା ସଞ୍ଜୀବ କୁମାର ଜେନାଙ୍କ ଦ୍ୱାରା ତାଙ୍କ ଧାରପୁରସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଶ୍ରୀ ଜେନା ସ୍ୱର୍ଗତ ପଟ୍ଟାନାୟକଙ୍କ ସ୍ମୃତିଚାରଣ କରିବା ସହ ସମୃଦ୍ଧ ଓଡ଼ିଶା ଏବଂ ମହିଳାମାନଙ୍କୁ ଆଗ ଧାଡିକୁ ଆଣିବା କ୍ଷେତ୍ରରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଇଥିଲେ ତାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି । ମହିଳାମାନେ ଘର କୋଣରେ ନରହି ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତିରେ ନିଜକୁ ସାମିଲ କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଯାହା ବିଜୁ ବାବୁ କରିଥିଲେ ସେ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି, ଏସ୍ଏଚ୍ଜି ଏବଂ ରାଜନିତୀରେ ୩୩ ପ୍ରତିଶତ ପ୍ରତିନିଧିତ୍ୱର ସ୍ଥାନ ଦେଇ ଯୋଗ୍ୟ ପିତାଙ୍କ ସୁଯୋଗ୍ୟ ସନ୍ତାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ଏହି ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଗୁରୁଚରଣ ଦାସ, ଗିରିନ୍ଦ୍ର ପତି, ଅଭିରାମ ଦାସ, କୁଳମଣୀ ଜେନା, ସଚ୍ଚିଦାନନ୍ଦ ଜେନା ଓ ପୂର୍ବତନ ସମିତି ସଭ୍ୟ ଅଜୟ ମଲ୍ଲଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।