ବରୀ(ରତ୍ନଗିରି ନ୍ୟୁଜ) : ବରୀ ଅଞ୍ଚଳର ପ୍ରତିଷ୍ଠିତ ଯୁବ ଆଇନଜୀବି ଭବାନୀ ପ୍ରସାଦ ପଣ୍ଡାଙ୍କ ରବିବାର ଦିନ ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଯାଜପୁର କୋର୍ଟ ଓ ବରୀ ତହସିଲ ଅଞ୍ଚଳରେ ଆଇନଜୀବି ଭାବେ କାର୍ଯ୍ୟକରି ବହୁ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଗତ ରବିବାର ଦିନ ବରୀ ଅଞ୍ଚଳର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗ୍ରାମ ଧାରପୁର ପଞ୍ଚାୟତର ନାଥପୁର ପଟଣାସ୍ଥିତ ଘରକୁ ଫେରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେ ସେଠାରେ ନିଜର ପରୀକ୍ଷା କରାଉଥିବାବେଳେ ହୃଦଘାତରେ ଶିକାର ହୋଇ ଟଳି ପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କୁ ମୃତ୍ୟୁ ବେଳକୁ ୫୩ବର୍ଷ ବୟସ ହୋଇଥିଲା । ଏହି ଦୁଃଖଦ ଘର ପାଇ ସ୍ୱର୍ଗତ ପଣ୍ଡାଙ୍କ ବାସଭବନରେ ଯୁବନେତା ସଞ୍ଜିବ କୁମାର ଜେନା, ଉମେଶ ଚନ୍ଦ୍ର ଜେନା, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲଙ୍କ ସମେତ ବହୁ ଶୁଭେଚ୍ଛୁ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ସୋମବାର ସକାଳେ ତାଙ୍କ ମର ଶରୀରକୁ ଗ୍ରାମ୍ୟ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବରୀ ତହସିଲ କାର୍ଯ୍ୟାଳୟ ପରିସରରେ ବରୀ ଓକିଲ ସଂଘ, ମୋହରି, ଭେଣ୍ଡର ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଓକିଲ ସଂଘ ସଭାପତି ରାଜ କିଶୋର ସାମଲଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳୀ ସଭା ସହ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ତହସିଲଦାର ସାଇ ଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଅତିରିକ୍ତ ତହସିଲଦାର କଲ୍ଲୋର ମିଶ୍ର, ଆଇନଜୀବି ହରିଶ୍ଚନ୍ଦ୍ର ଧଳ, ଧୀରେନ୍ଦ୍ର ସ୍ୱାଇଁ, ବାବାଜି ଚରଣ ଜେନା, ସଂଯୁକ୍ତା ସେଠୀ, ବାଞ୍ଛାନିଧି ସାହୁ, ପବିତ୍ର କୁମାର ମଳିକ, ପରେଶ କର, ତପନ କୁମାର ଜେନାଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଓ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଡ. ଅଜୟ କୁମାର ଜେନା ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।
Related Stories
December 1, 2024
November 25, 2024