ଯଯାତି କେଶରୀ ସ୍ମାରକୀ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଖୋର୍ଦ୍ଧା ରେଲୱେ ଚମ୍ପିୟାନ

ବରୀ(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ସାହୁପଡା ଧାରପୁରସ୍ଥିତ କଚେରୀ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଏକଦିବସୀୟ ଯଯାତି କେଶରୀ ଜେନା ସ୍ମାରକୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ସଞ୍ଜିବ ସେନା, ଧାରପୁର ଦ୍ୱାରା ଆୟୋଜିତ ଏହି ଏକ ଦିବସୀୟ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୪ ଗୋଟି ପ୍ରମୁଖ ଦଳ କିଟ୍‌ ବିଶ୍ଵ ବିଦ୍ୟାଳୟ,ଭୁବନେଶ୍ୱର, କେଏସ୍‌ଆର ସର୍ଭିସ୍‌ ପାରାଦୀପ, ଏପି ସିକ୍ସସର ବାଲେଶ୍ୱର ଓ ଖୋର୍ଦ୍ଧା ରେଳବାଇ ଅଂଶ ଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ କିଟ ଭୁବନେଶ୍ୱର ଓ ଖୋର୍ଦ୍ଧା ରେଳବାଇ ମଧ୍ୟରେ ହୋଇଥିବା ବେଳେ ଖୋର୍ଦ୍ଧା ରେଳବାଇ ବିଜୟ ଲାଭ କରିଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଡ଼ିଓ ମହେଶ୍ବର ସେଠି ଓ ସମ୍ମାନିତ ଅତିଥି ଭାବେ ବରୀ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ବିଭାଗ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଶିଶୁ ସାହତ୍ୟିକ ଡ ଅଜୟ କୁମାର ଜେନା, ପୁର୍ବତନ ଭଲି ଖେଳାଳି ବ୍ରଜ କିଶୋର ପାଣି, ଲକ୍ଷ୍ମୀଧର ଦାସ, ହୁମାୟୁନ ଖାନ, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ଗୀତିକାର ଦିଲ୍ଲିପ କୁମାର ଜେନା, ଅଭୟ ଶତପଥୀଙ୍କୁ ପୁଷ୍ପ ଗୁଚ୍ଛ, ମାନ ପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯକ୍ରମର ମଧ୍ୟ ଭାଗରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ପୁର୍ବତନ ସଭାପତି ଆଶୁତୋଷ ପରିଡା, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ପହଞ୍ଚି ଖେଳକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ଖେଳ ବରୀ ଅଂଚଳରେ ଆୟୋଜନ କରାଯାଇଥିବାରୁ ସଂଜୀବ ସେନାର ଆବାହକ ସଂଜୀବ ଜେନାକୁ ଅତିଥି ମାନେ ଉଚ୍ ପ୍ରଂଶସା କରିଥିଲେ।

ସଞ୍ଜିବ ସେନାର ସଭାପତି ଦେବେନ୍ଦ୍ର ନାଥ ଜେନା, ପୁର୍ବତନ ସମବାୟ ସମିତି ସଭାପତି ସରୋଜ ଜେନା, ଗୁରୁ ଚରଣ ଦାସ, ବିବେକାନନ୍ଦ ଜେନା, ସଚିଦାନନ୍ଦ ଜେନା, ଗୀରିନ୍ଦ୍ର ପତି, ଅଭିରାମ ଦାସ, ପ୍ରଦୀପ୍ତ ରାଜ, ନରେନ୍ଦ୍ର ସାହୁ, ନିର୍ମଳ ବାରିକ, ଅଜୟ ଧଳ, ଅଶୋକ ପଣ୍ଡା, ଗୋପୀନାଥ ମଲିକ, ମାନସ ଜେନା, କମଳା କାନ୍ତ ଶ୍ୟାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ରୀଡ଼ା ପରିଚାଳନା ଦାୟିତ୍ୱରେ ଥିବା ଅମୀୟ କୁମାର ପରିଡ଼ା ଓ ରବିନ୍ଦ୍ର ନାରାୟଣ ଜେନା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ଥାନୀୟ ସରସ୍ୱତୀ ବାବା ଶିଶୁ ବିଦ୍ୟାମନ୍ଦିରର କୁନି କୁନି ପିଲା ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ମନୋରଞ୍ଜନ କାର୍ଯକ୍ରମ ପରିବେଷଣ ବେଶ ମନ ଛୁଆଁ ହୋଇଥଲା।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *