ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ୍): ବାତ୍ୟା ୟାସ୍ ଆଗାମୀ ୬ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି । କାଲି ଭୋର ସମୟରେ ଏହା ଧାମରା ବନ୍ଦର ନିକଟତର ହେବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ଆସନ୍ତାକାଲି ଭୋରରୁ ୯ରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ୍ । ବାସୁଦେବପୁରରୁ ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ରହିପାରେ । ବେଳେବେଳେ ଘଣ୍ଟାପ୍ରତି ବେଗ ମଧ୍ଯ ୧୮୦ କିମି ହୋଇ ପାରେ ବୋଲି ଏସ୍ ଆର୍ ସି ପ୍ରକାଶ କରିଛନ୍ତି ।
Related Stories
December 1, 2024
November 25, 2024