ବରୀ (ରତ୍ନଗିରି ନ୍ୟୁଜ)୨୭/୧୧ : ବଡମାନେ ପିଲାମାନଙ୍କ ମନର ଭାବନାକୁ ବୁଝି ପାରି ସେମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି କରି ପାରିଲେ ଆମ ଭାଷା ଓ ସାହିତ୍ୟ ସମୃଦ୍ଧ ହୋଇ ପାରିବ । ସବୁ ସାହିତ୍ୟିକମାନେ ଯେ ସାମ୍ବାଦିକ କିମ୍ବା ସବୁ ସାମ୍ବାଦିକମାନେ ସାହିତ୍ୟିକ ସେ କଥା ଠିକ୍ ନୁହେଁ ବୋଲି ଜଗା ଶିଶୁ ସାହିତ୍ୟ ସଂସଦ, ନାଥପୁରର ୨୯ ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲା ବରୀ ଅନ୍ତର୍ଗତ ଅଭିମନ୍ୟୁ ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ ପରିସରରେ ଜଗା ଶିଶୁ ସାହିତ୍ୟ ସଂସଦ ୨୯ତମ ସ୍ୱନକ୍ଷେତ୍ର ଉତ୍ସବ ସଂସଦର ସଭାପତି ବ୍ରଜ ମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବରୀ ବିଧାୟିକା ସୁନନ୍ଦା ଦାସ ଶିଶୁ ସାହିତ୍ୟ ସେହିଭଳି ସୃଷ୍ଟି ହେବା ଉଚିତ ଯାହା କାଳଜୟୀ ହୋଇପାରିବ । ଯେମିତିକି କବି ଅଭିମନ୍ୟୁ ସାମନ୍ତସିଂହାର ଓ ଚାରଣ କବି ବାଞ୍ଛାନିଧି ଦାସଙ୍କ ସୃଷ୍ଟି ଆଜି ବି କାଳଜୟୀ ହୋଇ ରହିଛି । ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ରାଜନୀତି ସମୀକ୍ଷକ ରବି ଦାସ ଯୋଗ ଦେଇ ଶିଶୁ ମାନଙ୍କ ପାଇଁ ଲେଖା ଯାଉଥିବା ସାହିତ୍ୟ ବାସ୍ତବରେ କଷ୍ଟସାଧ୍ୟ । ଯେଉଁମାନେ ଏହି ବିଭାଗ ପ୍ରତି କଲମ ଚାଳନା କରୁଛନ୍ତି ସେମାନେ ପିଲାମାନଙ୍କୁ ମନସ୍ତତ୍ୱକୁ ବୁଝିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ପିଲାମାନଙ୍କ ପାଇଁ କିଛି କରି ପାରୁଥିବା ଏହି ଅନୁଷ୍ଠାନ ଉଦ୍ୟମ ବାସ୍ତବରେ ପ୍ରଂସଶନୀୟ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ସ୍ତମ୍ଭକାର ଓ ଆଲୋଚକ ଅମୀୟ ପାଣ୍ଡବ ଯୋଗଦେଇ ସାମ୍ବାଦିକତା ସହିତ ସାହିତ୍ୟର ସମ୍ପର୍କ କିପରି ରହିଛି ଓ ଆଜିର ସାମ୍ବାଦିକମାନେ କିଭଳି ଭାବେ ସାମ୍ବାଦିକତା କରିବା ଉଚିତ ସେ ସମ୍ପକରେ ବିସ୍ତୃତ ଆଲୋଚନା କରିଥିଲେ l ସମ୍ମାନୀତ ଅତିଥିଭାବେ ପ୍ରାଧ୍ୟାପକ ଡ ରବିନ୍ଦ୍ର ବିହାରୀ ସାହିତ୍ୟ ସହିତ ଇତିହାସର ସମ୍ପକ କିଭଳି ରହିଛି ଓ ଏହା ସମାଜ ଉପରେ କି ପ୍ରଭାବ ପକାଉଛି ସେ ସମ୍ପକରେପ୍ରକାଶ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବାଲିଆ ସରପଞ୍ଚ ରେବତୀ ଜେନା ପ୍ରମୁଖ ଯୋଗ ଦେଇ ସାମ୍ବାଦିକତା ଓ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଅନୁଷ୍ଠାନର ଉପସଭାପତି ଶରତ କୁମାର ଜେନା ଅତିଥିପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପଣ୍ଡିତ ଡଃ ପ୍ରଭଞ୍ଜନ ପତିଙ୍କ ବେଦଧ୍ୱନୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଆଦର୍ଶ ଶିକ୍ଷକ କୁମାର ଚନ୍ଦ୍ର ଶୁକ୍ଳ, ମୋସନ୍ ଗ୍ରାଫିକ୍ସ ଡିଜାଇନର ସୁଶାନ୍ତ କୁମାର ସିଂ, ଗିନିଜ୍ ବିଶ୍ୱ ରେକର୍ଡଧାରୀ ଶଶlଙ୍କ ଶେଖର ଦାଶ, ସୁନାମଧନ୍ୟ କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାସ ଓ ସାହିତ୍ୟିକା ବାସନ୍ତୀ ମିଶ୍ରଙ୍କୁ ଶ୍ରୀଜଗନ୍ନାଥ ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗୁଲ୍ସନ୍ୱାଜ୍ ଅଲ୍ଲିଖାନ, ବୁଲୁ ଲେଙ୍କା, ଜ୍ୟୋତିପ୍ରକାଶ ମିଶ୍ର, ଶୁଭଦିପ୍ ମଲ୍ଲିକ, ରଞ୍ଜିତ କୁମାର ପୋଲାଇଙ୍କୁ ସୁମିତ୍ରାଦେବୀ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବଡ ଖବରର ଉପସ୍ଥାପକ ସମରେନ୍ଦ୍ର ସାହୁ ଓ ସାମ୍ବାଦିକ ସ୍ମୃତିରଂଜନ ବେହେରାଙ୍କୁ ରତ୍ନଗିରି ସାମ୍ବାଦିକ ଗୌରବ ସମ୍ମାନ ଏବଂ ସୁବ୍ରତ କୁମାର ପାଢୀଙ୍କୁ ସୁମିତ୍ରାଦେବୀ ଯୁବ ପ୍ରତିଭା ସମ୍ମାନରେ ଅତିଥିମାନେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ କବି ନିର୍ମଳ କୁମାର ଗିରିଙ୍କ ଦ୍ୱାରା ରକତ ଯେଉଁଠି କହିଥିଲା କଥା, ଦେଖଇ ନେତ୍ର ଯାହା, ଘରଣୀ ପୂରାଣ, କଙ୍କାଳ ପାଇଁ କବିତା, ମାଆ ମମତା ମନ୍ଦାକିନୀ, ନଦୀର ନାମ ଅଳସ କନ୍ୟା ଏବଂ ସବିତା ନାୟକଙ୍କ ପୁସ୍ତକ ଆମ କୁନିପୁଅ ଓ ଗୋମତୀ ପଣ୍ଡାଙ୍କ ପୁସ୍ତକ ମନେପଡେ ପିଲାଦିନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ରବୀନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଉପସ୍ଥିତ ବହୁ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଚୈତନ୍ୟ ଚରଣ ଜେନା, ସନ୍ତୋଷ କୁମାର ରାଉତ, ମୁକ୍ତେଶ୍ୱର ସ୍ୱାଇଁ,ପ୍ରିୟବ୍ରତ ଜେନା, ସିଦ୍ଧନ୍ତ କୁମାର ଜେନା, ସୁଧାଂଶୁ ଶେଖର ଜେନା, ଅନାଦି ଚରଣ ଜେନା, ଦୁଷ୍ମନ୍ତ ରାଉତ, ଭାଗିରଥି ଜେନା, ନିହାର ରଞ୍ଜନ ଜେନା, ହିମାଂଶୁ ଶେଖର ଜେନା ଏବଂ ମହାବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ