ବରୀ(ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ଆରଙ୍ଗାବାଦ ନିକଟରେ ଥିବା ଅଗ୍ରଣୀ ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ଏବଂ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଚିକିତ୍ସା ବିଜ୍ଞାନର ଜନକ ଡାକ୍ତର ସି. ଫେଡ୍ରିକ୍ ସାମୁଏଲ୍ ହ୍ୟାନିମାନ ଙ୍କ ୨୭୧ ତମ ଜୟନ୍ତୀ ଏବଂ ବିଶ୍ଵ ହୋମିଓପ୍ୟାଥିକ୍ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ କୁଞ୍ଜ ବିହାରୀ ଦାଶ ପ୍ରଦ୍ଵୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ପ୍ରଥମେ ହ୍ୟାନିମାନ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ସମାରୋହ ଆରମ୍ଭ ହୋଇଥିଲା।

ଏହି ସମାରୋହ କାର୍ଯ୍ୟକ୍ରମ ଜ୍ୟୋତିର୍ବିଦ ସ୍ତମ୍ଭକାର ଡକ୍ଟର ଅମୂଲ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ଵ ହୋମିଓପ୍ୟାଥିକ ଦିବସ ଅବସରରେ ସଞ୍ଜମୀ ଖାଦ୍ୟ ଓ ଆଦର୍ଶ ଦିନଚର୍ଯା କେଉଁ ଭଳି ଭାବରେ ଶାରୀରିକ ଓ ମାନସିକ ସୁସ୍ଥତା ଆଣିପାରେ ସେ ବିଷୟରେ ଏକ ଆଲୋଚନା ହୋଇଥିଲା l ଶିବିରର ଆବାହକ ଯୁବ ସମାଜସେବୀ ଡ଼ଃ ବିଶ୍ଵନାଥ ତ୍ରିପାଠୀ ଅତିଥି ପରିଚୟ ସ୍ବାଗତ ଭାଷଣ ଚିକିତ୍ସା କ୍ଷେତ୍ରରେ ବିଶ୍ଵ ସମୁଦାୟ ପାଇଁ ହ୍ୟାନିମାନଙ୍କ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ। ସୁଶ୍ରୀ ସ୍ୱୟଂ ସମ୍ପୂର୍ଣ୍ଣା ତ୍ରିପାଠୀ ହ୍ୟାନିମାନଙ୍କ ଜୀବନୀ ପାଠ କରିଥିଲେ।
ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ଗୟାଧର ଦାସ, ସମାଜସେବୀ ଭୂପତୀ ମଲ୍ଲିକ, ଟ୍ରଷ୍ଟର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ,ରାଜାତୋଟା କମ୍ପ୍ୟୁଟର ଏକାଡ଼େମୀର ଅଧକ୍ଷ ସଞ୍ଜୟ କୁମାର ପାଢ଼ୀ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ,ପ୍ରତିଭା ତ୍ରିପାଠୀ, ପ୍ରଦୀପ ମହାରଣା,ଚିତ୍ତରଞ୍ଜନ ପାଢ଼ୀ, କ୍ଷୀରୋଦ ନାଥ ପ୍ରଭୃତି ଯୋଗଦେଇଥିଲେ। ଶେଷରେ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ହରପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।