ମାହାଙ୍ଗା (ରତ୍ନଗିରି ନ୍ୟୁଜ) :-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡାମରାଇ ପଂଚାୟତରେ ସିଡିପିଓ ପ୍ରମୋଦିନ ଦାସ ଙ୍କ ସଭାପତିତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ମହିଳା ମାନେ କିପରି ସ୍ୱାବଲମ୍ବୀ ଓ ସଂଶକ୍ତିକରଣ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ମାନଙ୍କ ସଂଶକ୍ତିକରଣ କ୍ଷେତ୍ରରେ ସରକାର ସାରା ଓଡ଼ିଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ର ରେ ମହିଳା ମାନଙ୍କୁ ଆଗରେ ରଖିବା ସରକାର ଙ୍କ ର ମୂଳ ଲକ୍ଷ ବୋଲି ମତପ୍ରକାଶ କରିଥିଲେ। ଏଥିରେ ବ୍ଲକ ଅଧକ୍ଷ ଶରତ ନାୟକ, ବିଡ଼ିଓ ନିହାର ରଞ୍ଜନ ମଲିକ, ଜିଲ୍ଲା ପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା, ସରପଞ୍ଚ ସସ୍ମିତା ସିଂହ, ଉପାଧ୍ୟକ୍ଷା ରସିଦା ବେଗମ, ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କ ରେ ଗୁରୁତ୍ୱରୋପ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସିଂହ, ରମାକାନ୍ତ ଦାସ, ସଂଜିତ କୁମାର ମହାନ୍ତି, ମନୋରଞ୍ଜନ ଦାସ, ବିସିକେଶନ ବସ୍ତିଆ, ମାନସ କୁମାର ସାମଲ, ଭରତ ଖଟୁଆ,, ମାତାଜୀ ସେଠି, ଯଶୋବନ୍ତି ଦାସ ,ମିନତୀ ଖଟୁଆ , କମଳ ଲୋଚନ ସେଠି ପ୍ରମୁଖ ସହଯୋଗ କରିଥିଲେ l
Related Stories
December 1, 2024
November 25, 2024