ବରୀ(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରି ବ୍ଲକ ଅନ୍ତର୍ଗତ ବାଲିଆ କଲେଜ ଛକରେ ବିକ୍ରି ହଉଥିଵା ଚୋରା ମଦ ଦୋକାନ ଉପରେ ଅତର୍କିତ ଭାବେ ଶହଶହ ମହିଳା ଏକତ୍ରିତ ହୋଇ ଭଗାଂରୁଜା କରୁଥିବା ଦୃଶ୍ୟ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ସୂଚନା ଥାଉକି ବାଲିଆ କଲେଜ ଛକ ଆଖପାଖ ଗାଁ ରେ ଘରୋଇ ଭାବରେ କିଛି ଲୋକ ଚୋରା ମଦ ବିକ୍ରି କରୁଥିବା ର ମହିଳା ମାନେ ଖବର ପାଇଥିଲେ। ପରେ ସେଠାରେ ମହିଳା ମାନେ ପହଂଚି ସେମାନଙ୍କୁ ବିକ୍ରି ନ କରିବା ପାଇଁ ବୁଝାସୁଝା କରିଥିଲେ । ତେବେ ମହିଳା ମାନେ ସେଠାରୁ ଚାଲିଯିବା ପରେ ଚୋରା ମଦ ବିକ୍ରି କରୁଥିବା ଲୋକ ପୁଣି ମଦ ବିକ୍ରି କରିବା ଆରମ୍ଭ କରି ଦେଇଥିଲେ । ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା l
ପରେ ପରେ ମହିଳା ମାନେ ଏକତ୍ରିତ ହୋଇ ମଦ ବିକ୍ରି ହେଉଥିବା ସ୍ଥାନ ମାନଙ୍କରେ ପହିଁଞ୍ଚ ହୋହାଲ୍ଲା କରିବା ସହ ମଦ ବିକ୍ରି ବନ୍ଦ କରିବାପାଇଁ ଅଡିବଶିଥିଲେ । ମହିଳା ମାନଙ୍କ ଅଭିଯୋଗ ଯେ ଘର ପାଖରେ ମଦ ବିକ୍ରି ହେବାରୁ କାହା ସ୍ୱାମୀ, କାହା ପୁଅ, କାହା ପୁତୁରା ଏଠାରୁ ମଦ ପିଇ ବାରମ୍ବାର ଘରେ ମାଡପିଟ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିନ୍ତି । ପ୍ରତିବାଦ କଲେ ମାଡ଼ ମଧ୍ୟ ମାରିଥାନ୍ତି। ତେଣୁ ଏଭଳି ଅତ୍ୟାଚାର କେତେଵା ସହିଵୁ ଶେଷରେ ଆମ୍ଭେମାନେ ଏକତ୍ରିତ ହୋଇ ମଦ କିପରି ବନ୍ଦ ହେବ ତାର ପନ୍ଥା ବାଛି ଏହାର ପ୍ରତିଵାଦ କରୁଅଛୁ। ଆମେ ଆପଣଙ୍କର ମାଧ୍ୟମରେ ପ୍ରଶାସନଙ୍କୁ ଜଣାଉଅଛୁକି ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ଗ୍ରହଣ କରନ୍ତି ଆଗାମୀ ଦିନରେ ଆମେମାନେ ରାଜରାସ୍ତାକୁ ଓହ୍ଲାଇବୁ ।