ବାଲିଆପାଳ(ରତ୍ନଗିରି ନ୍ୟୁଜ) ୨୫/୦୩: ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ଥାନା ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଭାନ୍ଦିପୂର ଗ୍ରାମରେ ଥିବା ୩ ଟି ଚୋରାରେ ବିକ୍ରି କରୁଥିବା ଦେଶୀ ମଦ ଦୋକାନକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ଚୋରା ମଦ ବ୍ୟବସାୟୀ ମଦ ବିକ୍ରି କରୁଥିବା ବେଳେ ମଦ ପିଇ ମଦ୍ୟପ ମାନେ ବିଭିନ୍ନ ସମୟରେ ଜନସାଧାରଣଙ୍କ ଉପରେ ର୍ଦୁବ୍ୟବହାର କରିବା ସହିତ ସମୟ ସମୟରେ ଗଣ୍ଡଗୋଳ, ଅଶ୍ଳିଳ ଗାଳି ଗୁଲଜ କରୁଥି ଛନ୍ତି l ଯାହା ଫଳରେ ଗ୍ରାମବାସୀ, ଜନସାଧାରଣ, ସରକାରୀ ଓ ବେସରକାରୀ ସ୍କୁଲ,କଲେଜର ଛାତ୍ରଛତ୍ରୀମାନେ ଉକ୍ତ ରାସ୍ତାଦେଇ ଯିବା ଆସିବା କରିବାକୁ ଅସୁରକ୍ଷିତ ମଣୁଛନ୍ତି। ଦିନକୁ ଦିନ ଚୋରା ମଦ ବ୍ୟବସାୟୀ ଓ ମଦ୍ୟପମାନଙ୍କ ଦୌରାତମ୍ୟ ବୃଦ୍ଧି ପାଇବା ଯୋଗୁଁ ଆଜି ଗ୍ରାମର ଏସ ଏସ ଜି ଗ୍ରୁପର ମହିଳାମାନେ ଓ ଯୁବକ ମାନେ ଏକତ୍ରିତ ଓ ଅତିଷ୍ଠ ହୋଇ ଅନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି l
ମଦ୍ୟପମାନଙ୍କ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜୁ ଥିବାରୁ ସ୍ଥାନୀୟ ଏସଏସଜି ମହିଳାମାନେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛନ୍ତି। ସମ୍ପୃକ୍ତ ୩ ଟି ମଦବ୍ୟବସାୟୀ ମାନଙ୍କ ଘରେ ପଶି ମଦ ବନ୍ଦ ପାଇଁ ନାରା ଦେବା ସହ ବୋତଲ ଭାଙ୍ଗି ଦେଇଥିଲେ। ଏଠାରେ ସୂଚନା ଥାଉ କି ଯେ ମଦ ଦୋକାନ ବନ୍ଦ କରିବା ପାଇଁ ଆଗରୁ ମଧ୍ୟ ଅଭିଯୋଗ କରିଥିଲେ ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମହିଳା ମାନେ ବ୍ୟବସାୟୀ ଘରେ ପଶି ମଦ ବନ୍ଦ କରିବାକୁ ବାଧ୍ୟ କରିଥିଲେ । ଚୋରା ମଦ ବ୍ୟବସାୟ ବନ୍ଦ ନହେଲେ ଅଗାମି ଦିନରେ ଆମରଣ ଅନଶନ କରିବେ ବୋଲି ଆନ୍ଦୋଳନକାରୀ ମହିଳାମାନେ କଡା ଚେତାବନୀ ଦେଇଛନ୍ତି। ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ଚୋରା ମଦ ବ୍ୟବସାୟ ବନ୍ଦ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ବାଲିଆପାଳ ରୁ ସୁବାଷ ଦାସ ଙ୍କ ରିପୋର୍ଟ ରତ୍ନଗିରି ନିୟୁଜ