ବ୍ରହ୍ମପୁର ୨୨/୦୩(ରତ୍ନଗିରି ନିୟୁଜ ):ଦିନକୁ ଦିନ ପଶୁପକ୍ଷୀ ମାନେ ଅସୁରକ୍ଷିତ ହେଉଛନ୍ତି । ସହ ସହ ପଶୁପକ୍ଷୀ ମାନେ ମରୁଛନ୍ତି । ମାନବ ସମାଜ ଏବେ ପଶୁପକ୍ଷୀ ମାନଙ୍କର ବଡ ଶତ୍ରୁ । ହେଲେ ବଡ ବିଡ଼ମ୍ବନାର ବିଷୟ ବନ ବିଭାଗ ନିଘୋର ନିଦ୍ରାରେ ସୋଇରହିଛନ୍ତି । ସ୍ଥାନୀୟ ପ୍ରଶାସନର କାର୍ଯ୍ୟରେ ଅବହେଳା ଯୋଗୁଁ ଦିନକୁ ଦିନ ସହ ସହ ପଶୁପକ୍ଷୀ ମରୁଛନ୍ତି । ପଥର ମାଫିଆ ମାନଙ୍କର ବେଆଇନ ଭାବରେ ପଥର ବ୍ଲାଷ୍ଟ କରିବା ଯୋଗୁଁ ଅନେକ ପଶୁପକ୍ଷୀ ମରିପଡୁଛନ୍ତି । କାହା ଛତ୍ରଛାୟା ତଳେ ପଥର ମାଫିଆ ମନେ ଏଭଳି ବେଆଇନ କାମ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ପଞ୍ଚାୟତର ଚଢ଼େଇମରା ଓ ତାର ଆଖପାଖ ଅଞ୍ଚଳରେ ବେଆଇନ ପଥର ଫୁଟା ଯାଉଥିବା ଯୋଗୁଁ ଏହି ଅଞ୍ଚଳରେ ଜଙ୍ଗଲି ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଏହାର ସୁଯୋଗ ନେଇ ବାରହା ଶିକାର ପାଇଁ ବିଛାଯାଇଥିବା ହାଇ ଭୋଲ୍ଟେଜ୍ କରେଣ୍ଟ ତାରରେ ଲାଗି ନିରୀହ ପଶୁପକ୍ଷୀ ମାନେ ମୃତ୍ୟୁବରଣ କରୁଥିବା ଖବର ମିଳିଛି । ବାରମ୍ବାର ଗ୍ରାମବାସୀ ଏ ଦିଗରେ ଅଭିଯୋଗ କଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ସ୍ୱଷ୍ଟ ଜଣାପଡ଼ିଛି । ଭାଲୁମୃତ୍ୟୁ ଏବଂ ବାରାହା ଶିକାର ପଛରେ ପଥର ମାଫିଆଙ୍କ ହାତ ଥିବା ଖବରକୁ ବନବିଭାଗ ଚାପିବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବନବିଭାଗ ଏବଂ ପଥର ମାଫିଆ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିରୀହ ପଶୁମାନେ ବଳିପଡୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି
Related Stories
November 8, 2024