କୋଣାର୍କ(ରତ୍ନଗିରି ନ୍ୟୁଜ) ୧୨/୦୮-କୋଣାର୍କ ନିକଟସ୍ଥ ବାଲି ଦୋକାନ ନିକଟରେ ଥିବା ଜମରା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଜଣେ ଶିକ୍ଷକ ହଠାତ୍ ବେହୋସ୍ ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲରେ ଭର୍ତି କଲେ ଗ୍ରାମବାସୀ। ସୂଚନାଯୋଗ୍ୟଯେ ଏହି ସ୍କୁଲରେ ପବିତ୍ର ମୋହନ ସ୍ବାଇଁ ସହକାରୀ ଶିକ୍ଷକ ଭାବରେ ଶିକ୍ଷାଦାନ କରନ୍ତି। ପୂର୍ବରୁ ତାଙ୍କର ଦେହ ଅସୁସ୍ଥ ଥିଲା। ତାଙ୍କର ମଧୁମେହ, ଗ୍ୟାସ ଓ ହୃଦଘାତ ଜନିତ ସମସ୍ୟା ରହିଛି। ମଧ୍ୟାହ୍ନ ଭୋଜନ ପରେ ସେ ସ୍କୁଲରେ ପାଠ ପଢ଼ାଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ବେହୋସ୍ ହୋଇ ପଡ଼ିଥିଲେ। ପ୍ରଧାନ ଶିକ୍ଷକ ବିପିନ ବିହାରୀ ନନ୍ଦୀ ତୁରନ୍ତ ଗ୍ରାମବାସୀଙ୍କୁ ଡାକି ଜଣାଇଥିଲେ। ଗ୍ରାମବାସୀ ମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁରୀ ମେଡ଼ିକାଲରେ ସିଆରସିସି ଦେବାଶିଷ ବାହିନୀପତି ଓ ବାଲିଦୋକାନ ସିଆରସିସି ସସ୍ମିତା ତ୍ରୀପାଠୀ ପହଁଚି ଶିକ୍ଷକଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦୀ ମେଡ଼ିକାଲରେ ତାଙ୍କର ଦେଖାଶୁଣା ପାଇଁ ଉପସ୍ଥିତ ରହିଛନ୍ତି ।
Related Stories
December 9, 2024
December 1, 2024