କୋଣାର୍କ(ରତ୍ନଗିରି ନ୍ୟୁଜ) ୧୮/୦୮ : ସ୍ୱଧିନତାର ୭୫ ବର୍ଷ ପୂର୍ତ୍ତୀ ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ବୁଧବାର କାକଟପୁର ଓ ଅସ୍ତରଙ୍ଗରେ ଏହାକୁ ବିପୁଳ ସ୍ୱାଗତ କରାଯାଇଛି। ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୁତି ଚାରଣ କରି ରାଜ୍ୟବାସୀଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅହିଂସା ରଥ ଭିଡ଼ିଓ ଚିତ୍ର ପ୍ରଦର୍ଶନୀ ଗାଡି ପୁରୀ ଜିଲ୍ଲା ପରିକ୍ରମା କରୁଛି। ଏହି ଅବସରରେ ଗୁରୁବାର ଅପରାହ୍ନରେ ଅହିଂସା ରଥ କୋଣାର୍କ ଏନଏସି ରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ର, କୋଣାର୍କ ପୌର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଇଙ୍କା, ପୌର ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ସୌମ୍ୟ ସୌରଭ ଦାଶ ଓ ନିହାର ରଞ୍ଜନ ବେଉରା ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅହିଂସା ରଥ କୋଣାର୍କର ସହର ପରିକ୍ରମା କରିବା ସହିତ ବିଭିନ୍ନ ସ୍କୁଲରେ ମହାପୁରୁଷଙ୍କ କଥାଚିତ୍ର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ଗୋଷ୍ଠି, ପୌର ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥିଙ୍କ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ ଅହିଂସା ରଥକୁ ସ୍ଵାଗତ କରିଥିଲେ।
Related Stories
November 8, 2024